କୁଷ୍ଣ ଜନ୍ମ ଭୂମି ବିବାଦ: ହିନ୍ଦୁ ପକ୍ଷକୁ ଝଟକା, ସର୍ଭେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ମଥୁରାର ଶ୍ରୀକୃଷ୍ଣ ଜନ୍ମ ଭୂମି ଉପରେ ଲାଗିରହିଥିବା ବିବାଦ ଉପରେ ବଡ ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । କୃଷ୍ଣ ଜନ୍ମ ଭୂମି ଓ ସାହି ଇଦଗା ମସଜିଦ ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ପ୍ରମୁଖ ନିଷ୍ପତ୍ତି ଦେଇଛନ୍ତି । ମସଜିଦ ଯାଞ୍ଚ ପାଇଁ ଜଣେ କମିଶନର (କୋର୍ଟ କମିଶନର) ନିଯୁକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୋର୍ଟ ସ୍ଥଗିତ ରଖିଛନ୍ତି । ତେବେ କୋର୍ଟ ଏହି ମାମଲାର ଶୁଣାଣି ଜାରି ରଖିବା ଉଚିତ ବୋଲି କହିଛନ୍ତି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପାଂକର ଦତ୍ତଙ୍କ ବେଞ୍ଚ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ପ୍ରଶ୍ନ ଉଠାଇଥିଲେ ଯେ ଏହି ମାମଲା ସହିତ ଜଡ଼ିତ ସମସ୍ତ ମାମଲାକୁ ଶୁଣାଣି ପାଇଁ ସ୍ଥାନାନ୍ତର କରନ୍ତୁ ।

କୋର୍ଟ କହିଛନ୍ତି ଯେ ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଥିଲା, ସେତେବେଳେ ହାଇକୋର୍ଟ କିପରି ଏହି ମାମଲାକୁ ନିଜେ ହସ୍ତାନ୍ତର କରିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରିପାରିବେ, କିନ୍ତୁ ହାଇକୋର୍ଟର ବିଚାରପତିମାନେ କମିଶନରଙ୍କ ନିଯୁକ୍ତିକୁ ନେଇ ଆଗେଇବେ ନାହିଁ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଜାନୁଆରୀ ୨୩ରେ ହେବ। ସୂଚନାଯୋଗ୍ୟ, ଡିସେମ୍ବର ୧୪ରେ ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦର ସର୍ଭେ ପାଇଁ କୋର୍ଟ କମିଶନର ନିଯୁକ୍ତ କରିବାକୁ ରାଜି ହୋଇଥିଲେ। ଏହି ମାମଲାରେ ଆବେଦନକାରୀମାନେ ଦାବି କରିଥିଲେ ଯେ ସେହି ମସଜିଦରେ ହିନ୍ଦୁ ପ୍ରତୀକ ଅଛି, ଯାହା ଦର୍ଶାଏ ଯେ ଏହା ଏକ ହିନ୍ଦୁ ମନ୍ଦିର ଥିଲା ।












Click it and Unblock the Notifications