କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ: ଗତବର୍ଷ ଏହି ସ୍ଥାନରେ ୧୫ ଜଣ କରିଥିଲେ ଆତ୍ମହତ୍ୟା
Kota Breaking: କୋଟାରେ ଥମୁନି ଆତ୍ମହତ୍ୟା ଧାରା । ପୁଣି ଗଲା ଜଣେ ମେଧାମୀ ଛାତ୍ରୀଙ୍କ ଜୀବନ । ମୃତକ ଛାତ୍ରୀଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । ସେ ୫ ମାସ ତଳୁ ବିବାହର ଝାରଖଣ୍ତରୁ କୋଚିଂ ନେବା ପାଇଁ ଏଠାକୁ ଆସିଥିଲେ । ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ନେଇ ସୂଚନା ରହିଛି । ଗର୍ଲସ ହଷ୍ଟେଲରୁ ତାଙ୍କର ମୃତ ଦେବ ଉଦ୍ଧାର କରାଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ରାଞ୍ଚିରୁ କୋଟ କୋଚିଂ ନେବା ପାଇଁ ଆସିଥିଲେ । ସେ ଇଲେକ୍ଟ୍ରୋନିକ୍ସ କମ୍ପେକ୍ଲ ସ୍ଥିତ ହଷ୍ଟେଲରେ ରହୁଥିଲେ । ହେଲେ ଗତକାଲି ସନ୍ଧ୍ୟାରେ ସେ ଘରୁ ବାହାରି ନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍ କମାଟ ଭିତରୁ ବନ୍ଦ ରହିଥିଲା । ପରବର୍ତ୍ତୀ ସମୟରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ତାଙ୍କ ରୁମ କମାଟ୍ ଭାଙ୍ଗି ପରେ ଜଣାପଡିଥିଲା ଯେ, ଛାତ୍ରୀ ଜଣ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାର ଯାଞ୍ଚ୍ ଆରମ୍ଭ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ଚଳିତ ବର୍ଷ କୋଟାରେ ୨୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି । କୋଟାରେ ବଢୁଥିବା ଆତ୍ମହତ୍ୟା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଆତ୍ମହତ୍ୟା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି । ହେଲେ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ସୂଚନାଥାଉ ଯେ, ୨୦୧୫ ରେ ୧୮ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ, ୨୦୧୬ରେ ୧୭ ଜଣ, ୧୦୧୮ରେ ୨୦ ଜଣ, ୨୦୧୯ରେ ୧୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ ଏବଂ ୨୦୨୨ରେ ୧୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ତେବେ ୨୦୨୦ ଏବଂ ୨୧ରେ କରୋନା ପାଇଁ କୋଚିଂ ସେଣ୍ଟର ବନ୍ଦ ଥିଲା ଯେଉଁଥି ପାଇଁ କୌଣସି ଆତ୍ମହତ୍ୟା ମାମଲା ରେଜିଷ୍ଟର ହୋଇ ନାହିଁ । ତେବେ ବଢୁଥିବା ଆତ୍ମହତ୍ୟାର କାରଣ ଏବେ ବି ସ୍ପଷ୍ଟ ହୋଇପାରୁ ନାହିଁ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications