କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲା: ଗଠନ ହେଲା ଏସ୍ଆଇଟି
Kolkata Rape Murder Case: କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗଠନ ହେଲା ଏସଆଇଟି ଟିମ୍ । ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଏସଆଇଟି ଟିମ୍ ଗଠନ କରାଯାଇଛି । ଏହି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ ସନ୍ଦୀ ଘୋଷଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା ସମସ୍ତ ଆର୍ଥିକ କାରବାର ଯାଞ୍ଚ କରିବ।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷକୁ କୁହାଯାଇଛି ଯେ, ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।ଜାନୁଆରୀ ୨୦୨୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଆର୍ଥିକ କାରବାରର ତଦନ୍ତ କରିବ ଏହି ଏସଆଇଟି ଟିମ । ସେହିପରି ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉ ଯେ, ଆରିକେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଏକ ମାମଲା ରୁଜୁ କରାଯାଇଛି । ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସ୍ୱତନ୍ତ୍ର ସଚିବ ଦେବଲ କୁମାର ଘୋଷ ସନ୍ଦୀପ ଘୋଷଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।












Click it and Unblock the Notifications