ମମତାଙ୍କ ପୂଜା ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଲେ ପୀଡ଼ିତାଙ୍କ ମାଆ, କହିଲେ...
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପୂରା ଗରମ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ମନ୍ତବ୍ୟ ଏବେ ନିଆଁରେ ଘିଅ ଢାଳିବା ପରି ହୋଇଛି। ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପାଇଁ ଲଢ଼େଇ କରି ହଜାର ହଜାର ଲୋକ ପ୍ରତିଦିନ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ମମତା ନିକଟରେ ସେସବୁକୁ ଭୁଲି ଆସୁଥିବା ଦୂର୍ଗାପୂଜା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ତାଙ୍କର ଏପରି ଏକ ମନ୍ତବ୍ୟ ଏବେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଦିନକ ପୂର୍ବରୁ ମିଡିଆ ସହ କଥା ହୋଇ ମମତା କହିଥିଲେ, ମାସେ ହୋଇଗଲଣି ଏଭଳି ସ୍ଥିତିରେ ମୋର ନିବେଦନ ଆପଣମାନେ ପୂଜାକୁ ଫେରନ୍ତୁ, ପର୍ବରେ ସାମିଲ ହୁଅନ୍ତୁ। ମୁଁ ସିବିଆଇରୁ କହିଛି ଖୁବ୍ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରାଯାଉ। ପଶ୍ଚିମବଙ୍ଗରେ ଗତ ମାସ ଧରି ହେଉଥିବା ପ୍ରଦର୍ଶନକୁ ନେଇ ମମତା କହିଛନ୍ତି, ଯଦି ଆପଣମାନେ ସବୁ ରାତିରେ ସଡକରେ ବିକ୍ଷୋଭ ପ୍ରଦର୍ଶନ କରିବେ,ତେବେ ବହୁତ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମମତା କହିଛନ୍ତି, ବହୁ ସ୍ଥାନରେ ବୟସ୍କ ଲୋକ ରୁହନ୍ତି। ଯଦି ଆପଣ ମାଇକର ବ୍ୟବହାର କରନ୍ତି ତେବେ ସେମାନଙ୍କ ନିଦ ଖରାପ ହୋଇପାରେ। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁସାରେ, ରାତି ୧୦ଟା ପରେ ମାଇକ୍ ବ୍ୟବହାର କରିବା ବେଆଇନ୍। ପ୍ରାୟ ଏକ ମାସ ଧରି ଏଭଳି ହେଉଛି। ଆମେ ଏହି କଥାକୁ ଧ୍ୟାନ ଦେଇନଥିଲୁ।
ମମତା କହିଛନ୍ତି, ମାମଲାର ତଦନ୍ତ ସିବିଆଇ କରୁଛି। ଯେଉଁ ମହିଳା ଡାକ୍ତରଙ୍କ ସହ ଏଭଳି ହୋଇଛି ତାଙ୍କୁ ନ୍ୟାୟ ମିଳିବା ଦରକାର। ଫାଷ୍ଟ ଟ୍ରାକ୍ କୋର୍ଟରୁ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ପୁରା ଦୁନିଆରେ ପଶ୍ଚିମବଙ୍ଗକୁ ବଦନାମ କରାଯାଉଛି। ଏଥିପାଇଁ ଏକ ହ୍ବାଟସଆପ୍ ଗ୍ରୁପ୍ ହୋଇଛି। ଯେଉଁମାନେ ବଙ୍ଗଳାର ଖାଇଛନ୍ତି ଓ ଏଠାର ବାସିନ୍ଦା, ସେମାନେ ବାହାରେ ବଦନାମ କରୁଛନ୍ତି।
ମମତାଙ୍କ ଏହି ମନ୍ତବ୍ୟ ଉପରେ ପୀଡିତାଙ୍କ ପିତାମାତାଙ୍କଠାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ମାଆ କହିଛନ୍ତି,''ଆମେ ଯେତେବେଳେ ଆମ ଝିଅକୁ ହରାଇଛୁ ଆମର ପର୍ବପର୍ବାଣୀ କ'ଣ ହେବ? ଆମେ ପର୍ବପର୍ବାଣୀ ଆମ ଝିଅ ସହ ପାଳନ କରୁ। ଆଗାମୀ କୌଣସି ବର୍ଷରେ ଆମ ପାଇଁ କିଛି ପର୍ବ ନାହିଁ। ତାଙ୍କ ମନ୍ତବ୍ୟ ଆଦୌ ବି ସମ୍ବେଦନଶୀଳ ନୁହେଁ।''












Click it and Unblock the Notifications