Kolkata rape-murder case: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମ୍ଏ, ହସ୍ପିଟାଲରେ ଏୟାରପୋର୍ଟ ଭଳି ସୁରକ୍ଷା ଦିଆଯାଉ
କୋଲକାତାର ଆରଜି କଲେଜ ଓ ହସ୍ପିଟାଲରେ ଜଣେ ଯୁବତୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ପଶ୍ଚିମବଙ୍ଗରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଏବେ କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍ଏର ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ୫ଟି ବଡ଼ ଦାବି ଜଣାଇଲା ଆଇଏମ୍ଏ । ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନ ବନ୍ଦର ଭଳି କରିବାକୁ ଦାବି କଲା ଆଇଏମ୍ଏ ।
ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ଓ ରହଣୀ ବ୍ୟବସ୍ଥା କଥା ମଧ୍ୟ ଆଇଏମଏ ଚିଠିରେ କହିଛି। ପୀଡ଼ିତା ଜଣଙ୍କ ୩୬ ଘଣ୍ଟା ଡ୍ୟୁଟି କରିଥିବା ବେଳେ ବିଶ୍ରାମ ଗୃହର ଅଭାବ ରହିଥିଲା। ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ କକ୍ଷ ନଥିବାରୁ ରେସିଡେଣ୍ଟ ଡାକ୍ତରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ଡ୍ୟୁଟି ଓ ସମୟ ବିଶ୍ରାମ ସମୟ ପାଇଁ ବ୍ୟବସ୍ଥା କରାଯାଉ।

ଏଥିସହ ହସ୍ପିଟାଲକୁ ସେଫ୍ ଜୋନ୍ ଭାବେ ଘୋଷଣା କରିବା, ସିସିଟିଭି ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ଦାବି କରିଛି ଆଇଏମ୍ଏ । ଏଥିସହ କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ସାରି ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ଏବଂ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଆଇଏମ୍ଏ ।












Click it and Unblock the Notifications