କୋଲକାତା ହରର: ମମତାଙ୍କ ଇସ୍ତଫା ଦାବି କଲେ କେନ୍ଦ୍ରମନ୍ତ୍ରୀ
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମାମଲାରେ ବିଜେପି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆକ୍ରମଣ କରୁଛି। ସେପଟେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି।

ସେ କହିଛନ୍ତି କହିଛନ୍ତି, ଏହା ଅତ୍ୟନ୍ତ ଅଦ୍ଭୁତ ଏବଂ ମୁଁ ଆଶ୍ଚର୍ଯ୍ୟ। ବେଙ୍ଗଲରେ ଆଇନ ଶୃଙ୍ଖଳା ଖରାପ, ମୁଖ୍ୟମନ୍ତ୍ରୀ (ମମତା ବାନାର୍ଜୀ) ସ୍ୱାସ୍ଥ୍ୟମନ୍ତ୍ରୀ, ଆଇନ ବ୍ୟବସ୍ଥା ଏହା ତାଙ୍କ ହାତରେ ଅଛି ଏବଂ ସେ କ୍ଷମତାରେ ଅଛନ୍ତି ଯଦି ସେ ଏହାକୁ ସମ୍ଭାଳି ପାରିବେ ନାହିଁ ତେବେ ସେ ଇସ୍ତଫା ଦେବା ଉଚିତ। ଯଦି ତାଙ୍କୁ କ୍ଷମତାରୁ ହଟାଯାଏ ନାହିଁ, ତେବେ ବଙ୍ଗଳା ଅନ୍ୟ ଏକ ବାଂଲାଦେଶରେ ପରିଣତ ହେବ ବୋଲି ଗିରିରାଜ କହିଛନ୍ତି।
ସୂଚନା ଯୋଗ୍ୟ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଘଟଣା ବିରୋଧରେ ପୂରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଘଟଣାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରିଥିଲା।












Click it and Unblock the Notifications