କୋଲକାତା ହରର୍‌: ଆଜି ୬ ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ୍‌

କୋଲକାତା: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୂତ୍ରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା ନା ଗଣଦୁଷ୍କର୍ମ ସେ ଉପରୁ ପରଦା ସିବିଆଇ କିଛି ମାତ୍ରାରେ ପରଦା ହଟାଇଛି। ସିବିଆଇ ସୂତ୍ରରେ କୁହାଯାଇଛି ଏହା ଗଣଦୁଷ୍କର୍ମ ନୁହେଁ। ଅଭିଯୁକ୍ତ ସଞ୍ଜୟ ରୟ ହିଁ ଦୁଷ୍କର୍ମକାରୀ।

ସେ ହିଁ ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ବୋଲି ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ସ୍ପଷ୍ଟ ହୋଇଛି। ଫୋରେନସିକ୍ ରିପୋର୍ଟ ମଧ୍ୟ ସଞ୍ଜୟ ରୟ ଦୁଷ୍କର୍ମ ଓ ହତ୍ୟାକାରୀ ବୋଲି କହୁଛି। ଡିଏନଏ ରିପୋର୍ଟରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ କରିଛି। ଏପଟେ ଆଜି (ଶନିବାର) ସିବିଆଇ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି।

Kolkata rape-murder case

ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍ ମଧ୍ୟ କରାଯିବ। ଏହି ମେଶିନ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛି। ପଲିଗ୍ରାଫିକ୍ ଟେଷ୍ଟ୍ ପାଇଁ ସିବିଆଇ ସେଟ୍‌ଅପ୍ ପ୍ରସ୍ତୁତ କରିଛି। ପଲିଗ୍ରାଫ୍ ପରୀକ୍ଷା କେବଳ ସିବିଆଇ କାର୍ଯ୍ୟାଳୟରେ କରାଯିବ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିଏଫ୍‌ଏସ୍‌ଏଲ୍ ଟିମ୍‌ର ବିଶେଷଜ୍ଞମାନେ ଗୋଟିଏ ପରେ ଗୋଟିଏ ଏହି ମାମଲାରେ ଥିବା ୬ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବେ।ସୂତ୍ରରୁ ପ୍ରକାଶ ଯେ, ପଲିଗ୍ରାଫ ଟେଷ୍ଟ୍ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆଜି କୋଲକାତା ପୋଲିସର ଏସ୍‌ଆଇଟି ଏହାର ରିପୋର୍ଟ ସିବିଆଇକୁ ଦେବ ଯେଉଁଥିରେ ସିବିଆଇ ଏକ ଦୁର୍ନୀତି ମାମଲା ମଧ୍ୟ ପଞ୍ଜୀକୃତ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+