କୋଲକାତା ବଳାତ୍କାର ହତ୍ୟା ମାମଲା: ସିବିଆଇ ରୁଜୁ କଲା ମାମଲା, ଗିରଫ ହେବେ ହେବେ ସନ୍ଦୀପ!

ବିବାଦରେ ଥିବା କୋଲକାତାର ଆରଜି ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିଛି। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ ତାଙ୍କୁ ମାରାଥନ ଜେରା କରିବାରେ ଲାଗିଛି। ଏବେ ସିବିଆଇ ତାଙ୍କ ନାଁରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଛି। ତାଙ୍କ କାର୍ଯ୍ୟକାଳ ସମୟରେ ହସ୍ପିଟାଲରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି।

Sandip Ghosh

ଏକଥା ଜଣାପଡିବା ପରେ ସିବିଆର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ତାଙ୍କ ନାଁରେ ଏତଲା ଦାଏର କରାଯାଇଛି। ଏତଲା କପି ସିଜେଏମ କୋର୍ଟରେ ସିବିଆଇ ଦାଖଲ କରିଛି। କୋର୍ଟରେ ସିବିଆଇ ଏତଲା ଦାଖଲ କରିଥିବାରୁ ସନ୍ଦୀପ ଗିରଫ ହୋଇପାରନ୍ତି ବୋଲି ସମ୍ଭାବନା ରହିଛି। ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀ ପ୍ରଥମେ ସନ୍ଦୀପଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ।

ଆର ଜି କର ମେଡିକାଲ କଲେଜରେ ସନ୍ଦୀପ ପ୍ରିନ୍ସିପାଲ ହେବା ଦିନ ଠାରୁ ନିଜର ମନମାନୀ କରିବା ସହ ଆର୍ଥିକ ହେରଫେର କରିଚାଲିଥିଲେ। ତେଣୁ ଏହାର ତଦନ୍ତ ଇଡି ଦ୍ୱାରା କରିବାକୁ ସେ ଦାବି କରିଥିଲେ। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ସିବିଆଇ ସନ୍ଦୀପଙ୍କ ଆର୍ଥିକ ଦୁର୍ନୀତିର ମଧ୍ୟ ଖୋଳତାଡ଼ କରୁଥିଲା। ଏବେ ତାଙ୍କ ନାଁରେ ମାମଲା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+