କୋଲକାତା ଦୁଷ୍କର୍ମ ହତ୍ୟା ମାମଲା: ୧୪ ଦିନ ପାଇଁ ଜେଲ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ
Kolkata Rape Murder Case: କୋଲକାତା ଦୁଷ୍କର୍ମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ରିମାଣ୍ତ ଅବିଧି ଶେଷ ହେବା ପରେ ତାକୁ ଜେଲ ହାଜତକୁ ପଠାଯାଇଛି । କୋଲକତାର ଏକ କୋର୍ଟ ସଞ୍ଜୟ ରୟକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଆଜି କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ସଞ୍ଜୟକୁ ସିଲିଭ ଓ କ୍ରିମିନାଲ କୋର୍ଟକୁ ନିଆଯାଇଥିଲା । ସିବିଆଇ ରିମାଣ୍ତ ପାଇଁ ଆବେଦନ ନ କରିବାରୁ କୋର୍ଟ ତାଙ୍କୁ ଜେଲକୁ ପଠାଇବା ନେଇ ଘୋଷଣା କରିଛନ୍ତି । ସେହିପରି କୋଲକାତାରେ ଏକ ସ୍ୱତନ୍ତ୍ର କୋର୍ଟ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟର ପାଇଁ ସିବିଆଇକୁ ଅନୁମତି ଦେଇଛି । ହେଲେ ଏହି ତଥ୍ୟ କୋର୍ଟରେ ଗ୍ରହଣୀୟ ନୁହେଁ ହେଲେ ପଲିଗ୍ରାଫର ସ୍ୱୀକାରୋକ୍ତି ତଦନ୍ତକାରୀ ସଂସ୍ଥାକୁ ସହାୟତା କରିଥାଏ ।
ସୂଚନାଥାଉ ଯେ, ଅଗଷ୍ଟ ୯ ତାରିଖରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରେ ସଞ୍ଜୟ ରୟ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୋଲିସ ସଞ୍ଜୟକୁ ଗିରଫ କରିଥିଲା । ଏହି ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି । ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ଘଟଣାର ତଦନ୍ତରେ ତ୍ରୁଟି ରହିଛି ବୋଲି ଦାହି କରାଯାଇଛି ।ଯାହା ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ।












Click it and Unblock the Notifications