ମୁଁ ବି ଦିନେ ହସ୍ପିଟାଲ ଚଟାଣରେ ଶୋଇଥିଲି, ଜାଣନ୍ତୁ କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
କୋଲକାତା: କୋଲକାତା ଆରଜିକେ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ୧୩ ଦିନ ପୂରିଛି। ଏଭଳି ଏକ ଜଘନ୍ୟ ଏବଂ ଅମାନବୀୟ ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା କୁହାଯାଉଥିଲେ ହେଁ ଏବେ ସୁଦ୍ଧା ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ ହାତରୁ ଏହି ଘଟଣାର ଯାଞ୍ଚ ସିବିଆଇ ହାତକୁ ଯାଇଛି।
ଆଜି ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି। କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ଡ଼ି, ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ମୋତେ ବି ଦିନେ ସରକାରୀ ହସ୍ପିଟାଲର ଚଟ୍ଟାଣ ଉପରେ ଶୋଇବାକୁ ପଡିଥିଲା।

କୋଲକାତା ବଳାତ୍କାର-ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମାମଲାର ଶୁଣାଣି ସମୟରେ ବରିଷ୍ଠ ଓକିଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଡାକ୍ତରମାନେ ୩୬-୩୬ ଘଣ୍ଟା କାମ କରୁଛନ୍ତି। ଯଦି ସେମାନେ କୋର୍ଟରୁ ସୁରକ୍ଷା ନିଶ୍ଚିତ ହୁଅନ୍ତି ତେବେ ଡାକ୍ତରମାନେ ସନ୍ତୁଷ୍ଟ ହେବେ। ସେମାନଙ୍କୁ ନିଜର ମତ ପ୍ରକାଶ କରିବାକୁ ଏକ ସୁଯୋଗ ଦିଆଯିବା ଉଚିତ୍। ଏହା ଉପରେ ସିଜେ ଚନ୍ଦ୍ରଚୁଡ କହିଛନ୍ତି, ଯେ ୩୬ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର କାର୍ଯ୍ୟ କରିବା ଠିକ ନୁହେଁ।
ଆମେ ଜାଣୁ ଯେ ଡାକ୍ତରମାନେ ଦିନକୁ ୩୬ ଘଣ୍ଟା କାମ କରୁଛନ୍ତି। ମୁଁ ନିଜେ ଏକ ସରକାରୀ ଡାକ୍ତରଖାନାରେ ଚଟାଣରେ ଶୋଇଛି, ଯେତେବେଳେ ମୋ ପରିବାରର ଜଣେ ସଦସ୍ୟ ଅସୁସ୍ଥ ଥିଲେ। ଡାକ୍ତରଙ୍କ ଉପରେ ବହୁତ ଚାପ ଅଛି ବୋଲି ଦର୍ଶାଇ ଆମେ ଅନେକ ଇମେଲ ପାଇଛୁ। କମିଟି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ତାକ୍ଷପରେ ସମସ୍ୟା ସମାଧାନ ହେବ।












Click it and Unblock the Notifications