କୋଲକତା ଦୁଷ୍କର୍ମ-ହତ୍ୟା ମାମଲା: ପୀଡିତାଙ୍କ ଫଟୋ-ନାଁ ଡିଲିଟ୍ କରିବାକୁ ନିର୍ଦ୍ଦେଶ
Kolkata Rape-Murder Case: କୋଲକତା ଦୁଷ୍କର୍ମ-ହତ୍ୟା ମାମଲାରେ ବର୍ତ୍ତମାନ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି । ପଶ୍ଚିମବଙ୍ଗ ଆର. ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ-ଫଟୋ ତୁରନ୍ତ ଡିଲିଟ୍ କରିବା ପାଇଁ ଉଇକିପିଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି, ଏବେ ମଧ୍ୟ ପୀଡିତାଙ୍କ ଫଟୋ ଏବଂ ନାଁ ଉଇକିପିଡିଆରେ ଉପଲବ୍ଧ ଅଛି । ଭାରତୀୟ ନିୟମ ଅନୁସାରେ ଏହା ବେଆଇନ । ଉଇକିପିଡିଆ ଆମର ପୂର୍ବ ଆଦେଶକୁ ପାଳନ କରିବା ଉଚିତ ଏବଂ ପୀଡିତାଙ୍କ ପରିଚୟ ଏବଂ ଫଟୋ ୱେବସାଇଟରୁ ଡିଲିଟ୍ କରିବା ଉଚିତ୍ ।
ଆଜି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତ ରିପୋର୍ଟ କୋର୍ଟରେ ସିବିଆଇ ଦାଖଲ କରିଛି । ଏହି ସମୟରେ କୋର୍ଟ ଉଇକିପିଡିଆକୁ ପୀଡିତାଙ୍କ ଫଟୋ ଓ ପରିଚୟ ପତ୍ର ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications