ଥାନା ଆଗରେ ଧାରଣା ଦେଇ ଗିରଫ ହୋଇଥିବା ରୂପା ଗାଙ୍ଗୁଲିଙ୍କୁ ମିଳିଲା ଜାମିନ
କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଲା ବଡ଼ ଝଟକା । କାରଣ ବିଜେପିର ପୂର୍ବତନ ସାଂସଦ ରୂପା ଗାଙ୍ଗୁଲି ଗିରଫ ହୋଇଛନ୍ତି । ବୁଧବାର ରାତିରୁ ସେ ସ୍ଥାନୀୟ ମହିଳା ବିଜେପି ନେତା ରୁବି ଦାସଙ୍କୁ ମୁକ୍ତ କରିବାକୁ ଦାବି କରି ଦକ୍ଷିଣ କୋଲକାତାର ପୋଲିସ ଷ୍ଟେଶନ ସମ୍ମୁଖରେ ଏକ ଧାରଣାରେ ବସିଥିଲେ।
ବୁଧବାର ସାରେ ଗିରଫ ହୋଇଥିବା ଭାଜପା ସମର୍ଥକଙ୍କ ମଧ୍ୟରେ ରୁବି ଦାସ ମଧ୍ୟ ଥିଲେ। ସମସ୍ତେ ଜଣେ ସ୍କୁଲ ପିଲାଙ୍କ ମୃତ୍ୟୁକୁ ବିରୋଧ କରିଥିଲେ। ପିଲାଟି ପେଲୋଡର ଦ୍ୱାରା ଆଘାତ ପାଇଥିଲା, ଯାହା ଫଲରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) କର୍ମଚାରୀମାନେ ରାସ୍ତା ମରାମତି ପାଇଁ ଏହା ବ୍ୟବହାର କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

କର୍ମୀଙ୍କ ଗିରଫ ଖବର ପାଇବା ମାତ୍ରେ ଗାଙ୍ଗୁଲି ଦକ୍ଷିଣ କୋଲକାତାର ସ୍ଥାନୀୟ ବାନ୍ସଦ୍ରୋଣି ପୋଲିସ ଷ୍ଟେଶନରେ ପହଞ୍ଚି ଦାସଙ୍କ ମୁକ୍ତି ଦାବିରେ ସେଠାରେ ବିରୋଧ ଆରମ୍ଭ କରିଥିଲେ। ହେଲେ ଆଜି ଦିନ ପାଖାପାଖି ୧୦ଟା ସମୟ ତାଙ୍କୁ ପୋଲିସ ଗିରଫ କରିଛି । ଗିରଫ କରି ତାଙ୍କୁ ଲାଲବାହଜାର ନିଆଯାଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ବାଂସଦ୍ରୋଣୀରେ ଘଟିଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ଯ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ତାଙ୍କୁ ମନାଇବା ପାଇଁ ପୁଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ।
ଗିରଫ ପରେ ରୁପା ଗାଙ୍ଗୁଲିଙ୍କୁ ଅକ୍ଟୋବର ୩, ଗୁରୁବାର ଦିନ ଆଲିପୋର କୋର୍ଟରେ ହାଜର କରାଯାଇଥିଲା। ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ପୋଲିସ ଶେଷରେ ରୁପାଙ୍କୁ ୧୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ ।












Click it and Unblock the Notifications