Kolkata murder case: ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କଲେ ଏଭଳି କିଛି ପ୍ରଶ୍ନ?
Kolkata murder case: ପଶ୍ଚିମବଙ୍ଗରେ ଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଅନ୍ୟ ସରକାରୀ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲାର ସୋମବାର ସୁପ୍ରିମକୋର୍ଟ(ଏସସି)ରେ ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ ଆରଜି କର ହସ୍ପିଟାଲର ସୁରକ୍ଷାକୁ ନେଇ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ଏସସି ପ୍ରଶ୍ନ ପଚାରିଥିଲେ। କୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ପଚାରିଥିଲେ କାର୍ଯ୍ୟ କେବେ ଶେଷ ହେବ? କାର୍ଯ୍ୟାନୁଷ୍ଠାନ ଏତେ ମନ୍ଥର କାହିଁକି?
ପଶ୍ଚିମବଙ୍ଗ ସରକାରଙ୍କୁ ଡାକ୍ତରଖାନାରେ ସିସିଟିଭି କ୍ୟାମେରା, ଶୌଚାଳୟ ଏବଂ ପୃଥକ ବିଶ୍ରାମ ଗୃହ ନିର୍ମାଣ ପାଇଁ କ'ଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୌଣସି ସ୍ଥାନରେ କାର୍ଯ୍ୟ ଅଧାରୁ ଅଧିକ ଶେଷ ହୋଇ ନ ଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

କାର୍ଯ୍ୟରେ ମନ୍ଥରତା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ବୋଲି ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାକେଶ ଦ୍ୱିବେଦୀଙ୍କୁ ପ୍ରଶ୍ନ କରିଥିଲେ। ୬,୧୭୮ଟି ସିସିଟିଭି କ୍ୟାମେରା ଲାଗିବାକୁ ଥିବାବେଳେ ମାତ୍ର ୨୬ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି, ଏବଂ ଅକ୍ଟୋବର ୧୦ ସୁଦ୍ଧା ଅବଶିଷ୍ଟ ଲାଗିଯିବ ବୋଲଇ ଦ୍ୱିବେଦୀ କହିଥିଲେ।












Click it and Unblock the Notifications