ସଞ୍ଜୟ ରାୟ ଉପରେ ପ୍ରତିକ୍ରିୟା ଦେଲେ ସାଙ୍ଗ, କହିଲେ ସେ....
କୋଲକାତା: ସଞ୍ଜୟ ରାୟ ଚେହେରା ସିନା ମଣିଷ. ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । କୋଲକାତାର ଆରଜି କର୍ ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହାର ଚରିତ୍ର ଖାତାର ପୃଷ୍ଠା ଗୁଡ଼ିକ ଯେମିତି ଲେଉଟିବାକୁ ଲାଗିଲାଣି । ସଞ୍ଜୟକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଖବର ତାର ସାଙ୍ଗମାନେ କହିଛନ୍ତି ।
୨୬ ବର୍ଷ ଧରି ସଞ୍ଜୟ ରୟଙ୍କୁ ଜାଣିଥିବା ତାଙ୍କ ସାଙ୍ଗମାନେ କିଛି ପ୍ରତିକ୍ରିୟା ଦେଇ କହିଛନ୍ତି, ମଦ୍ୟପାନ କରିବା ପରେ ସଞ୍ଜୟ ପଶୁ ଭଳି ବ୍ୟବହାର କରୁଥିଲେ। ସେ ନିଜ ସାଙ୍ଗଙ୍କ ଭଉଣୀମାନଙ୍କ ଉପରେ ମଧ୍ୟ ଏକ ଖରାପ ନଜର ରଖିଥିଲେ। ସେ କହିଛନ୍ତି, ମଦ୍ୟପାନ କରିବା ଏବଂ ଝିଅମାନଙ୍କୁ ଅସଦାଚରଣ କରିବା ସଞ୍ଜୟଙ୍କର ଅଭ୍ୟାସ। ଏହା ବ୍ୟତୀତ ସେ ନିଜ ପତ୍ନୀଙ୍କୁ ମଧ୍ୟ ମାଡ ମାରୁଥିଲେ।

ସେପଟେ ଏହି ଘଟଣାରେ ସଞ୍ଜୟ ରୟର ରିମାଣ୍ଡ ଅବଧି ଶେଷ ହେବା ପରେ ତା'କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କୋଲକାତାର ଗୋଟିଏ କୋର୍ଟ ତା'କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗିରଫ ପରେ ସିବିଆଇ ହେପାଜତରେ ଥିବା ସଞ୍ଜୟକୁ ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଆଲଦା ସିଭିଲ ଓ କ୍ରିମିନାଲ କୋର୍ଟକୁ ଅଣାଯାଇଥିଲା। ସିବିଆଇ ରିମାଣ୍ଡ ପାଇଁ ଆବେଦନ ନ କରିବାକୁ କୋର୍ଟ ତା'କୁ ଜେଲ ହାଜତକୁ ପଠାଇଛନ୍ତି।












Click it and Unblock the Notifications