କଲକତା ଅଘଟଣ : ପୋଲିସ ଆକ୍ସନ, ମୁଖ୍ୟ ଆୟୋଜକ ଗିରଫ
ବିଶ୍ଵ ଫୁଟ୍ବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମରେ ଅଘଟଣରେ ଇଭେଣ୍ଟ ଆୟୋଜକଙ୍କୁ ଅଟକ ରଖିଛି ପଶ୍ଚିମବଙ୍ଗ ପୁଲିସ୍ । ପ୍ରଶଂସକଙ୍କ ଟଙ୍କା ଫେରସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଲେ ପଶ୍ଚିମବଙ୍ଗ ଡିଜିପି ।

କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ମୁଖ୍ୟ ଆୟୋଜକ ଶତଦୃ ଦତ୍ତଙ୍କୁ ଅଟକ ରଖାଯାଇଛି । ଶତଦୃଙ୍କୁ ଅଟକ ରଖାଯାଇଥିବା ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି ଯେ,ଆୟୋଜକଙ୍କ ପକ୍ଷରୁ ଆମେ ଯେଉଁ ଭୁଲ ପରିଚାଳନା ଦେଖିଛୁ, ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆମେ ପୂର୍ବରୁ ଆୟୋଜକଙ୍କୁ ଅଟକ ରଖିଛୁ ବୋଲି ଶ୍ରୀ କୁମାର କହିଛନ୍ତି । ଟିକଟ ଟଙ୍କା ଫେରସ୍ତ ବାବଦରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ଆମେ ଆୟୋଜକଙ୍କୁ ଏ ବିଷୟରେ କହିସାରିଛୁ । ସେ ଲିଖିତ ଭାବରେ ଦେବେ ଯେ ବିକ୍ରି ହୋଇଥିବା ଟିକଟ ଫେରସ୍ତ କରାଯିବ । ଅନେକ ପ୍ରଶଂସକ ନିଶ୍ଚିତ ଥିଲେ ଯେ ସେମାନେ ମେସିଙ୍କୁ ଦେଖିବେ, କିନ୍ତୁ ଦେଖା କରିପାରିଲେ ନାହିଁ । ଆମେ ଆଶା କରୁଛୁ ଯେ ଟିକଟ ଫେରସ୍ତ ପାଇଁ ଆୟୋଜକମାନେ ପଦକ୍ଷେପ ନେବେ ।
ଆଇନ ଏବଂ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଜାୱେଦ ଶାମିମ କହିଛନ୍ତି ଯେ ଷ୍ଟାଡିୟମ୍ ଅଞ୍ଚଳରେ ଶାନ୍ତି ପୁନଃସ୍ଥାପିତ ହୋଇଛି । ଟ୍ରାଫିକ୍ ସ୍ୱାଭାବିକ ହୋଇଛି ଏବଂ ଦର୍ଶକମାନେ ସୁରକ୍ଷିତ ଭାବରେ ଘରକୁ ଫେରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏକ ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର୍) ପ୍ରସ୍ତୁତ କରାଯାଇଛି । ବାହାରରେ କୌଣସି ପୋଡ଼ାଜଳା କିମ୍ବା ଭଙ୍ଗାରୁଜା ଘଟିନାହିଁ। ଆମେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ ନେଉଛୁ, ଏହା ଏକ ବଡ଼ ଘଟଣା, ଏବଂ ଆମେ ନିଶ୍ଚିତ କରିବୁ ଯେ ସଲ୍ଟ ଲେକ୍ ଷ୍ଟାଡିୟମରେ ଯାହା ଘଟିଲା ସେଥିପାଇଁ ଦାୟୀ ସମସ୍ତଙ୍କୁ ଦଣ୍ଡ ଦିଆଯିବ ଏବଂ ସମସ୍ତ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଅଶୀମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ଯେଉଁଥିରେ ମୁଖ୍ୟ ସଚିବ ଏବଂ ଗୃହ ଏବଂ ପର୍ବତ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ଅଛନ୍ତି।
-
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ





Click it and Unblock the Notifications