Get Updates
Get notified of breaking news, exclusive insights, and must-see stories!

କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଡାକ୍ତରଖାନା ଭଙ୍ଗାରୁଜା ଅଭିଯୋଗରେ ୯ ଗିରଫ

Kolkata Hospital: କୋଲକତା ଆରଜି କର ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭଙ୍ଗାରୁଜା ଘଟଣାରେ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିଛି । ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଛି ଯାହା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସକାଳେ ଡାକ୍ତରଖାନାରେ ଭୟଙ୍କର ଭଙ୍ଗାରୁଜା ଆରମ୍ଭ କରିଥିଲେ ଆନ୍ଦୋଳନକାରୀ ।

RG Kar Medical College

ସୂଚନାଥାଉ ଯେ, ବର୍ତ୍ତମାନ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି ହେଲେ ଦେଶର ଅନେକ ସ୍ଥାନରେ ଏହି ଘଟଣାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି ।ଲକ୍ଷ ଲକ୍ଷ ମହିଳା ଏବଂ ପୁରୁଷ ଡାକ୍ତରୀ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଜି ଶହ ଶହ ଆନ୍ଦୋଳନକାରୀ ଡାକ୍ତରଖାନା ଭିତରକୁ ଜବରଦସ୍ତ ପ୍ରବେଶ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁହ ବୁବା ଗ୍ୟାସ୍ ସ୍ପ୍ରେ କରିଥିଲା । ଏଥିରେ ୧୫ ଜଣ ପୋଲିସ ଆହତ ହୋଇଥିବା ନେଇ ଖବର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+