କୋଲକାତା ହରର: ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଆସନ୍ତାକଲି ସୁପ୍ରିମକୋର୍ଟରେ ହେବ ଶୁଣାଣି

କୋଲକାତା ଆର.ଜି.କର ମେଡିକାଲ କଲେଜ ଡାକ୍ତରଖାନାରେ ଜଣେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ନ୍ୟାୟାଳୟର ୱେବସାଇଟ୍‌ରେ ପ୍ରକାଶିତ ତାଲିକା ଅନୁଯାୟୀ, ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାର ଶୁଣାଣି କରିବେ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଗତ ସପ୍ତାହରେ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ଗତ ୨୭ ତାରିଖରେ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ମହିଳା ଡାକ୍ତରମାନଙ୍କୁ ରାତି ସମୟରେ କାର୍ଯ୍ୟରେ ନିୟୋଜିତ ନ କରିବା ସମ୍ପର୍କିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ।

supreme court

ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗ ସରକାର ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦେବା ସହ କୌଣସି ସର୍ତ୍ତ ଲାଗୁ କରିବେ ବୋଲି ନାହିଁ ବୋଲି କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାକୁ ଅତ୍ୟନ୍ତ ଭୟଙ୍କର ବୋଲି କହିବା ସହ ଡାକ୍ତରମାନଙ୍କ ସୁରକ୍ଷା ଦେଶ ପାଇଁ ଚିନ୍ତାର ବିଷୟ ବୋଲି ମତ ଦେଇଥିଲେ। ଏଥିଲାଗି ଉପାୟ ବାହାର କରିବା ନିମନ୍ତେ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+