ମମତାଙ୍କ ଉପରେ ବର୍ଷିଲେ ହାଇକୋର୍ଟ, କହିଲେ ଏଠାରେ ଲୋକଙ୍କୁ ବନ୍ଦୀ କରି ରଖିବାକୁ ଚେଷ୍ଟା କରାଯାଉଛି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ସନ୍ଦେଶଖାଲିରେ ମହିଳାଙ୍କ ସହ ଦୁଷ୍କର୍ମ ଓ ଜମି ହଡପ କରିଥିବା ନେଇ ତୃଣମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କ ନାଁରେ ଅଭିଯୋଗ ରହିଛି। ସେ ଏବେ ଫେରାର ଅଛନ୍ତି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗର ମମତା ସରକାରଙ୍କ ଉପରେ ବର୍ଷିଛନ୍ତି କଲିକତା ହାଇକୋର୍ଟ ।

ଅଭିଯୁକ୍ତ ତଥା ବାହୁବଳି ଟିଏମ୍‌ସି ନେତା ଶେଖ ଶହାଜାହାଁ ଏଭଳି ଫେରାର ହୋଇ ପାରିବେ ନାହିଁ। ତାଙ୍କୁ ପଶ୍ଚିମବଙ୍ଗର ସରକାର ସମର୍ଥନ କରିପାରିବେ ନାହିଁ। ଜଣେ ନେତା ଟଙ୍କା ପାଇଁ ସମସ୍ତଙ୍କୁ ଏଭଳି ବନ୍ଧକ ରଖିପାରିବେ ନାହିଁ। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ଯିବାକୁ ଅନୁମତି ପାଇଁ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏଭଳି କହିଛନ୍ତି।

କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଗଣମ୍‌ କହିଛନ୍ତି, 'ମହିଳାଙ୍କ ଅଭିଯୋଗକୁ ସମୀକ୍ଷା କରାଯାଇଛି। ଏହି ଅଞ୍ଚଳର ମହିଳାମାନେ ଗୁରୁତର ପ୍ରସଙ୍ଗ ଉଠାଇ ଅଭିଯୋଗ ଆଣିଛନ୍ତି। ଏଠାକାର କିଛି ଜମି ଉପରେ କବ୍‌ଜା କରାଯାଇଛି। ଶେଖ ଶାହଜାହାଁ ଏଭଳି ଫେରାର ହୋଇପାରିବେ ନାହିଁ। ତାଙ୍କୁ ଏଠାରେ ଆସି ଆତ୍ମସମର୍ପଣ କରିବାକୁ ପଡିବ। ସେ ଆଇନ ଉଲ୍ଲଙ୍ଘନ କରିପାରିବେ ନାହିଁ।'

ସେହିପରି ସନ୍ଦେଶଖାଲିରେ କଟକଣା ଲାଗୁ କରିବାକୁ ନେଇ ମଧ୍ୟ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ସେ କହିଛନ୍ତି, 'ଆପଣ ଅଯଥାରେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଆପଣ କେବଳ ହିଂସାତ୍ମକ ସ୍ଥିତି ସୃଷ୍ଟି କରୁଛନ୍ତି। କୋଭିଡ ସମୟରେ ଲୋକେ ଯେପରି ଅବସାଦରେ ଥିଲେ ଏଠାକାର ଲୋକେ ସେଭଳି ଡିପ୍ରେସନରେ ଅଛନ୍ତି। କାରଣ ଏଠକାର ଲୋକେ ଘର ଭିତରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+