କୋଲକାତା ଇଡି ରେଡ୍‌: ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ ଟିଏମସି ସାଂସଦ ବିକ୍ଷୋଭ

ଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରତିବାଦ କରୁଛନ୍ତି ।

Kolkata ED raids

ଡେରେକ୍ ଓ'ବ୍ରାଏନ୍, ଶତାବ୍ଦୀ ରାୟ, ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦଙ୍କ ଭଳି ପ୍ରମୁଖ ସାଂସଦମାନେ ପ୍ରତିବାଦରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦମାନେ କୋଲକାତାରେ I-PAC କାର୍ଯ୍ୟାଳୟ ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଇଡିର ଚଢାଉ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ହଟାଇବା ସହିତ ମହୁଆ ମୋଇତ୍ରା ଏବଂ ଡେରେକ୍ ଓ'ବ୍ରାଏନ୍ଙ୍କୁ ଅଟକ ରଖିଥିବା ନେଇ ସୂଚନା ରହିଛି ।

ଟିଏମସି ସାଂସଦ କୀର୍ତ୍ତି ଆଜାଦ କହିଛନ୍ତି, "ଇଡି ଅନୁଚିତ ଭାବରେ ଚଢାଉ କରିଛି, ଏବଂ ଏହା ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାର ଏକ ପ୍ରୟାସ। ବିଜେପି ଏହିପରି ନିର୍ବାଚନ ଜିତିପାରିବ ନାହିଁ ।"

ପ୍ରକାଶଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ତୀବ୍ର ଅସ୍ଥିରତା ମଧ୍ୟରେ ଅଛି। ଇଡି ଚଢାଉ ପଶ୍ଚିମବଙ୍ଗରେ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଏହି ମାମଲା କଲିକତା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଦୁଇଟି ଆବେଦନ ଦାଖଲ ହୋଇଛି, ଗୋଟିଏ ଇଡି ଏବଂ ଅନ୍ୟଟି ଟିଏମସି ପକ୍ଷରୁ। ଉଭୟ ଆବେଦନର ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+