କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା; ସିବିଆଇକୁ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରୁଥିବାବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ସୋମବାର ମୁଖ୍ୟ ବିଚାରପଚି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଜେ.ବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି ।
ସିବିଆଇ ଏହି ମାମଲାରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛି । ଖଣ୍ଡପୀଠ ବନ୍ଦ ଲଫାଫାରେ ଥିବା ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି । ଶୁଣାଣି ବେଳେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାସଭବନ ହସ୍ପିଟାଲ ଠାରୁ କେତେ ଦୂର ବୋଲି ସିଜେଆଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସଲିସିଟର ଜେନେରାଲ କହିଥିଲେ, ସନ୍ଦୀପ ଘୋଷଙ୍କ ଘର ହସ୍ପିଟାଲ ଠାରୁ ମାତ୍ର ୧୫ରୁ ୨୦ ମିନିଟ୍ ହେବ ।
ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏହାର ସମୀକ୍ଷା କରାଯିବ। ସିବିଆଇ ମାମଲା ହାତକୁ ନେଇଥିବାରୁ ସେଥିରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ।

ସିବିଆଇ ପକ୍ଷରୁ ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଏବେ ସ୍ପଷ୍ଟତା ପାଇଁ ଦିଲ୍ଳୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ନମୁନା ପଠାଇବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି ବି କହିଛନ୍ତି, ''ଆମ ପାଖରେ ଫୋରେନସିକ୍ ପରୀକ୍ଷା ରିପୋର୍ଟ ଅଛି ଏବଂ ଗୋଟିଏ କଥା ସ୍ପଷ୍ଟ ଯେ ଯେତେବେଳେ ସକାଳ ୯.୩୦ ସମୟରେ ଝିଅଟି ମିଳିଥିଲା ସେତେବେଳେ ତାଙ୍କ ଜିନ୍ସ ଏବଂ ଅନ୍ତଃବସ୍ତ୍ର ବାହାର କରାଯାଇଥିଲା।
ତାହା ପୀଡ଼ିତା ଯୁବତୀଙ୍କ ପାଖରେ ପଡ଼ିଥିବାର ଦେଖିବାକୁ ମିଳିବା ସହ ତାଙ୍କ ଶରୀରରେ ବି ଆଘାତ ଚିହ୍ନ ବି ଥିଲା। ଏହାଛଡ଼ା ସେ ଅର୍ଧନଗ୍ନ ଅବସ୍ଥାରେ ମିଳିଥିଲେ।'' ଅନୁସନ୍ଧାନଗୁଡିକ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ନକରି ସଲିସିଟର ଜେନେରାଲ୍ କୁହନ୍ତି, "ବ୍ୟକ୍ତି ପ୍ରବେଶ କରିବା ଓ ପୀଡ଼ିତା ଅର୍ଧନଗ୍ନ ଅବସ୍ଥାରେ ମିଳିବା ହେଉଛି ଏଫ୍ଏସ୍ଏଲର ଫଳାଫଳ।
ତେଣୁ ନମୁନା କିଏ ଗ୍ରହଣ କଲା ତାହା ପ୍ରାସଙ୍ଗିକ ଅଟେ।" ତୁଷାର ମେହେଟ୍ଟା ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି । ଟିଏମସି ସରକାର ସିବିଆଇକୁ କ'ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଦାଲତକୁ ଦିଆଯାଇଥିବା ଜବାବର କୌଣସି କପି ମିଳିନାହିଁ ବୋଲି ତୁଷାର ମେହଟ୍ଟା କହିଥିଲେ ।












Click it and Unblock the Notifications