କୋଲକାତା ବଳାତ୍କାର ହତ୍ୟା ମାମଲା :ସୁପ୍ରିମକୋର୍ଟରେ CBI ଦାଖଲ କଲା ଷ୍ଟାଟସ ରିପୋର୍ଟ
ନୂଆଦିଲ୍ଲୀ : କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଛି ଷ୍ଟାଟସ ରିପୋର୍ଟ । ତଦନ୍ତକାରୀ ସଂସ୍ଥା ଲଫାପାରେ ରିପୋର୍ଟ ଦାଖଲ କରିଛି । ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି ।
ସନ୍ଦେହ ଆଧାରରେ ଯେଉଁମାନେ ପଚରାଉଚରା କରିଛନ୍ତି ସେମାନଙ୍କ ବିବରଣୀ ମଧ୍ଯ ରିପୋର୍ଟରେ ଦିଆଯାଇଛି । ଏହା ସହିତ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଘଟଣା ସ୍ଥଳରେ ସୁରକ୍ଷିତ ନଥିବା ଦାଖଲ ରିପୋର୍ଟରେ ଜଣାଇଛି । ସିବିଆଇ ସହିତ କୋଲକାତା ପୋଲିସ ମଧ୍ୟ ଏହି ମାମଲାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । ଗତ କିଛିଦିନ ମଧ୍ୟରେ ସିବିଆଇ କ୍ରମାଗତ ଭାବେ ଡାକ୍ତର ହତ୍ୟା-ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରାକରିଥିଲା।

ଏହି ଘଟଣାରେ କେବଳ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି ନା ସେଠାରେ ଆହୁରି ଅଧିକ ଅଭିଯୁକ୍ତ ଅଛନ୍ତି ସିବିଆଇ ଅନୁଧ୍ୟାନ କରିଛି। ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ସିବିଆଇ କ୍ରମାଗତ ଭାବେ ଦୁଇ ଜଣଙ୍କୁ ସନ୍ଦେହ କରି ପଚରାଉଚରା କରିଛି। ପ୍ରଥମ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଞ୍ଜୟ ରୟ ଏବଂ ଦ୍ୱିତୀୟଟି ହେଉଛି ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।
ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।












Click it and Unblock the Notifications