Get Updates
Get notified of breaking news, exclusive insights, and must-see stories!

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା: ଉଦ୍‌ବେଗ ପ୍ରକାଶ କଲେ CJI, ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଶୁଣାଣି ବେଳେ ଉଦ୍‌ବେଗ ପ୍ରକାଶ କଲେ CJI । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆର୍‌କୁ ନେଇ ପ୍ରଶ୍ନ ଉଠାଇଲେ । ପୀଡ଼ିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍‌କୁ ନେଇ ଉଦ୍‌ବେଗ ପ୍ରକାଶ । ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ । ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ପ୍ରଶ୍ନ କଲେ । ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ ।

Kolkata Doctor Case

ସୁପ୍ରିମକୋର୍ଟ କହିଛନ୍ତି ଗୁରୁବାର ସୁଦ୍ଧା ସମସ୍ତ ଷ୍ଟାଟସ ରିପୋର୍ଟ ଦାଖଲ କର । ଆହୁରି କହିଛନ୍ତି କି, ଏପର୍ଯ୍ୟନ୍ତ କେଉଁ ପଦକ୍ଷେପ ନେଇଛନ୍ତି ଏବଂ ତଦନ୍ତ କେତେଦୂର ତଦନ୍ତ ଆଗେଇଛି ସେ ବିଷୟରେ ସ୍ପଷ୍ଟ କରନ୍ତୁ । ଏହାସହ ଡାକ୍ତରମାନେ ଧର୍ମଘଟରୁ ଓହରିଯିବାକୁ ମଧ୍ୟ ସୁପ୍ରିମକୋର୍ଟ ଅପିଲ୍ କରିଛନ୍ତି । ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।

ଏହା ପରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନାଡାଙ୍କୁ ମଧ୍ୟ ଭେଟି ପାରିବେ । ସିଜେଆଇ କହିଛନ୍ତି ସୋସିଆଲ ମିଡିଆରେ ପୀଡିତାଙ୍କ ପରିଚୟ ପ୍ରକାଶ କରାଯାଇଥିବାରୁ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କାହିଁକି ତାଙ୍କ ମୃତଦେହ ଦେଖାଯାଇଛି । CJI କହିଛନ୍ତି, ଯେଉଁଠାରେ ଆମେ ଦେଖିଲୁ ପୀଡିତାଙ୍କ ପରିଚୟ ଦେଖାଯାଇଥିଲା, କିନ୍ତୁ ଏହା ହୋଇନଥାନ୍ତା । କୋର୍ଟ ପ୍ରଶ୍ନ କରିଛନ୍ତି ଯେ ପ୍ରିନ୍ସିପାଲ ପ୍ରଥମେ ହତ୍ୟାକୁ ଆତ୍ମହତ୍ୟା ବୋଲି କାହିଁକି କହିଥିଲେ ?

କୋଲକାତାରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆଲୋଡ଼ନ । ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରମାନେ ସେମାନଙ୍କ ଦାବି ସମ୍ପର୍କରେ ବିରୋଧ କରୁଛନ୍ତି । ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+