କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସିବିଆଇ ଜେରା; ୫ ଦାବି ନେଇ ମୋଦୀଙ୍କୁ ଚିଠି

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା । ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ପଶ୍ଚିମବଙ୍ଗ ଡିଜିପିଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ୫ ଦାବି କଲା ଆଇଏମଏ ।

ତଦନ୍ତ କରୁଥିବା ସିବିଆଇ ଟିମ୍ ମୃତ ଟ୍ରେନି ଡାକ୍ତରଙ୍କ ସର୍ମ୍ପକୀୟଙ୍କୁ ଭେଟିଛି । ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୧୩ ଘଣ୍ଟା ପଚରାଉଚରା କରିଛି ସିବିଆଇ।ନିର୍ମମ ହତ୍ୟା ପଛରେ ଆରଜି କଲେଜର କିଛି ଇଣ୍ଟର୍ଣ୍ଣ ଓ ଡାକ୍ତରଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛି ପରିବାର । ଅଭିଯୋଗକ୍ରମେ ୩୦ଜଣ ଡାକ୍ତରଙ୍କୁ ସିବିଆଇ ଜେରା କରିବାକୁ ତାଲିକା ପ୍ରକାଶ କରିଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ସ୍ଥିତି ସମ୍ପର୍କରେ ଦୁଇ ଘଣ୍ଟାରେ ଥରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୁରକ୍ଷାକୁ ଗୁରୁତ୍ୱ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଯଦି କୌଣସି ଡାକ୍ତର,ନର୍ସ ବା ଚିକିତ୍ସାକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଏ ତେବେ ୬ଘଣ୍ଟା ମଧ୍ୟରେ ଏଫଆଇଆର ରୁଜୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛି। ଡାକ୍ତରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାର ପୀଡ଼ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଏ ଅଧ୍ୟକ୍ଷ ଡାକ୍ତର ଅଶୋକନ ।

Kolkata doctor mischief

ଇଣ୍ଡିଆନ ମେଡିକାଲ ଆସୋସିଏସନ ୨୪ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇବାରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ, ଦିଲ୍ଲୀ ସରକାରୀ ମେଡିକାଲ କଲେଜ, ହସ୍ପିଟାଲ ରେସିଡେଣ୍ଟ ଡାକ୍ତର ଆସୋସିଏସନ ପ୍ରତିନିଧିମାନେ ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଭେଟିଛନ୍ତି । ସେପଟେ ଧର୍ମଘଟ ବନ୍ଦ କରି କାମକୁ ଫେରିବାକୁ ଅପିଲ କରିଛି ସ୍ୱାସ୍ଥ୍ୟମନ୍ତ୍ରାଳୟ । ସୁରକ୍ଷା ପାଇଁ କମିଟି ଗଠନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି । ଅନ୍ୟପଟେ ଡାକ୍ତରଙ୍କ ଆନ୍ଦୋଳନ ତେଜୁଥିବାରୁ କୋଲକାତା ମେଡିକାଲ କଲେଜର ୪୨ ଜଣ ଡାକ୍ତରଙ୍କୁ ବଦଳୀ କରାଯାଇଛି। ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+