କୋଲକାତା ଡାକ୍ତର ଦୁଷ୍ମର୍ମ ହତ୍ୟା ମାମଲା; ସନ୍ଦୀପ ଘୋଷଙ୍କ ଘରେ ପଶିଲା ସିବିଆଇ, ଏକକାଳୀନ ୧୫ ସ୍ଥାନରେ ଚଢାଉ

କୋଲକାତା ଡାକ୍ତର ଦୂଷ୍ମର୍ମ ମାମଲାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଦେଖାଦେଇଛି। ପଶ୍ଚିମବଙ୍ଗ ସରକାର କହିବା ସତ୍ତ୍ୱେ ଡାକ୍ତରମାନେ ନିରାପତ୍ତା ସୁନିଶ୍ଚିତ ନ କରି କାମକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି।

Sandeep Ghosh

ଏହା ମଧ୍ୟରେ ପ୍ରତିଦିନ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ କୋଲକାତାର ଏକକାଳୀନ ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଦୁର୍ନୀତି ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।

ସିବିଆଇ ଟିମ୍‌ ରବିବାର ସକାଳ ୬.୪୫ରେ ବେଲଘାଟରେ ସନ୍ଦୀପ ଘୋଷଙ୍କ ଘରେ ପହଞ୍ଚିଥିଲା। ତାଙ୍କୁ ଘର ବାହାରେ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପରେ ସନ୍ଦୀପ ଘୋଷ ବାହାରକୁ ଆସି ଘରର କବାଟ ଖୋଲିଥିଲେ। ଏହା ପରେ ସିବିଆଇ ଟିମ୍‌ ସକାଳ ୮.୦୬ ରେ ଘରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା।

ଅନ୍ୟପକ୍ଷରେ ଆଜି ପ୍ରବଳ ବର୍ଷାକୁ ଖାତିର ନ କରି କୋଲକାତାରେ ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ, ଓକିଲ, ଡାକ୍ତର ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+