Kolkata Case: CBI' କଲା ବଡ଼ ଖୁଲାସା, ଟ୍ରେନି ଡାକ୍ତରଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ !
Kolkata Case Sanjay Roy News: କୋଲକତାର ଆର.ଜି କର ମେଡିକାଲ କଲେଜ-ଡାକ୍ତରଖାନାରେ ଅଗଷ୍ଟ ୯ ତାରିଖରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯେଉଁ ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି, ଯାହା ପରେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବର୍ତ୍ତମାନ ପ୍ରମୁଖ ତଥ୍ୟ ସାମ୍ନାକୁ ଆସିଛି।

ସିବିଆଇ ରିପୋର୍ଟ ଅନୁସାରେ, ମହିଳା ଟ୍ରେନି ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ ହୋଇ ନାହିଁ । ଅଭିଯୁକ୍ତ ସଞ୍ଜଜୟ ରୟ ଏହି ମାମଲାର ଜଣେ ହିଁ ଅଭିଯୁକ୍ତ । ଏନଡିଟିଭି ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗଣ ଦୁଷ୍କର୍ମକୁ ପ୍ରତ୍ୟାଖ୍ୟାନ କରିଛି।
ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ଡାକ୍ତରଙ୍କ ମୃତ୍ୟୁ ଏକ ଗଣ ଦୁଷ୍କର୍ମ ନୁହେଁ ବରଂ ସଞ୍ଜୟ ରୟଙ୍କ କେବଳ ଏହି ମାମଲାରେ ଜଡିତ ଅଛନ୍ତି । ତେବେ ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୈଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇ ନାହିଁ । ସୂଚନାନୁସାରେ, ସିବିଆଇ ତଦନ୍ତ ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ। କୋଲକାତାରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଛି ଏବଂ ୧୦ ଜଣଙ୍କ ଉପରେ ପଲିଗ୍ରାଫ୍ ପରୀକ୍ଷା କରାଯାଇଛି ।
ପ୍ରଥମେ ପଶ୍ଚିମବଙ୍ଗ ପୋଲିସ ଏହି ଘଟଣାର ତଦନ୍ତ କରୁଥିଲା କିନ୍ତୁ କଲିକତା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ସିବିଆଇକୁ ଏହି କେଶ୍ ହସ୍ତାନ୍ତର କରିଥିଲା । କୋଲକାତାରେ ସିଏମ ବାନାର୍ଜୀ କହିଥିଲେ ଯେ ମୁଁ ପାଞ୍ଚ ଦିନ ମାଗିଥିଲି (ପୋଲିସର ତଦନ୍ତ ପାଇଁ), କିନ୍ତୁ ମାମଲା ସିବିଆଇକୁ ପଠାଯାଇଥିଲା। ସେମାନେ ନ୍ୟାୟ ଚାହାଁନ୍ତି ନାହିଁ। ସେମାନେ ବିଳମ୍ବ ଚାହୁଁଛନ୍ତି । ୧୬ ଦିନ ବିତିଗଲା, ନ୍ୟାୟ ମିଳିଲା କି ?












Click it and Unblock the Notifications