Kolkata Case: କୋଲକତାରେ ପୁଣି ଆରମ୍ଭ ହେଲା ଜୁନିଅର ଡାକ୍ତରଙ୍କ ଧର୍ମଘଟ

Kolkata Case: କୋଲକାତାର ଜୁନିଅର ଡାକ୍ତରମାନେ ପୁଣି ଧର୍ମଘଟ ଆରମ୍ଭ କରିଛନ୍ତି । ଅନିର୍ଦ୍ଦିଷ୍ଟକାଳ ପାଇଁ "ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ" ଆଜି ଅର୍ଥାତ୍ ଅକ୍ଟୋବର 1 ତାରିଖରୁ ପୁଣି ଆରମ୍ଭ ହେବା ନେଇ ସୂଚନା ରହିଛି । ଜୁନିଅର ଡାକ୍ତରମାନେ ରାଜ୍ୟ ସରକାରଙ୍କ ଠାରୁ ଡାକ୍ତରଖାନାରେ ସେମାନଙ୍କ ସୁରକ୍ଷା ଦାବି କରି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଧର୍ମଘଟ ଆରମ୍ଭ କରିଛନ୍ତି। ଜୁନିଅର ଡାକ୍ତରମାନେ ଧର୍ମଘଟରେ ଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେଉଛି।

Kolkata case

ଅଗଷ୍ଟ 9, 2024 ରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଡ୍ୟୁଟି ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଥିଲେ। 42 ଦିନ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ସୁରକ୍ଷା ଦେବା ପରେ ସେପ୍ଟେମ୍ବର 21 ରେ କନିଷ୍ଠ ଡାକ୍ତରମାନେ ଆଂଶିକ କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ଆଜି ଜୁନିୟର ଡାକ୍ତରମାନେ କାର୍ଯ୍ୟ ବନ୍ଦ କରି ପୁଣି ଧର୍ମଘଟ ଆରମ୍ଭ କରିଛନ୍ତି ।

ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ କହିଛନ୍ତି ଯେ "ଆଜିଠାରୁ ଆମେ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେଉଛୁ। ଡାକ୍ତରଖାନାଗୁଡ଼ିକରେ ଆମର ସୁରକ୍ଷା ସମ୍ପର୍କରେ ରାଜ୍ୟ ସରକାର କୌଣସି ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଉଛି ସେ ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିବ । ପଶ୍ଚିମବଙ୍ଗର ମମତା ସରକାର ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ "ସକରାତ୍ମକ ଆଭିମୁଖ୍ୟ" ଗ୍ରହଣ କରୁ ନ ଥିବାରୁ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ ବନ୍ଦ କରି ଜୁନିଅର ଡାକ୍ତରମାନେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଧର୍ମଘଟରେ ଭାଗ ନେଉଥିବା ଡାକ୍ତର ଅନିକେଟ୍ ମହତା ନିରାଶ ହୋଇ କହିଛନ୍ତି ଯେ 52 ଦିନ ବିରୋଧ ପରେ ମଧ୍ୟ ସେମାନେ ଆକ୍ରମଣର ଶିକାର ହେଉଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ବେଳେ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ଅଗ୍ରଗତି ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+