Get Updates
Get notified of breaking news, exclusive insights, and must-see stories!

Kolkata Rape Case: ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ କହିଲେ ମୁଁ ନିର୍ଦ୍ଦୋଷ ...

Kolkata Rape Case: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ଏହି ମାମଲାରେ ଫସା ଯାଉଛି ।

Sanjay Roy

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ କବିତା ସରକାର କହିଛନ୍ତି ଯେ, ପଲିଗ୍ରାଫ୍ ପରୀକ୍ଷା ସମୟରେ ମଧ୍ୟ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଏବଂ ସେ ମହିଳା ଡାକ୍ତରଙ୍କର ହତ୍ୟା କରିନାହାଁନ୍ତି ବୋଲି କହିଛନ୍ତି । ସେ ଉକ୍ତ ସ୍ଥାନରେ ରକ୍ତରେ ଭିଜୁଥିବା ଶରୀରକୁ ଦେଖିବା ପରେ ସେଠାରୁ ପଳାଇଯାଇଥିଲେ ।

ସୂଚନା ଅନୁସାରେ, ପଲିଗ୍ରାଫି ପରୀକ୍ଷା ସମୟରେ ସଞ୍ଜୟ ରୟଙ୍କୁ 10 ଟି ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ତାଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ ସେ ମହିଳାଙ୍କୁ ହତ୍ୟା କରିବା ପରେ କ'ଣ କରିଥିଲେ । ଯାହାର ଉତ୍ତରରେ ସେ କହିଥିଲେ ଏହି ପ୍ରଶ୍ନ ଭୁଲ ଅଟେ କାରଣ ସେ ତାଙ୍କୁ ଅର୍ଥାତ୍ ଟ୍ରେନିଂ ଡାକ୍ତରଙ୍କର ହତ୍ୟା କରିନାହାଁନ୍ତି।

ପଲିଗ୍ରାଫ୍ ପରୀକ୍ଷାରେ ସଞ୍ଜୟ ଦାବି କରିଛନ୍ତି ଯେ, ଡାକ୍ତରଖାନାର ସେମିନାର ହଲରେ ମହିଳା ଜଣକ ଚେତାଶୂନ୍ୟ ହୋଇପଡିଥିଲେ । ସଞ୍ଜୟ କହିଛନ୍ତି ଯେ ସେ ମହିଳାଙ୍କୁ ଅଗଷ୍ଟ 9 ରେ ସେମିନାର ହଲରେ ରକ୍ତାକ୍ତ ହୋଇ ପଡିଥିବାର ଦେଖିଥିଲେ ଯାହା ପରେ ସେ ଭୟଭୀତ ହୋଇ ସେଠାକୁ ଦଉଡି ପଳାଇଥିଲେ ।

ଏକ ଖବରକାଗଜ ସହ କଥାବାର୍ତ୍ତା କରି ଅଭିଯୁକ୍ତ ସଞ୍ଜୟ ରୟଙ୍କ ଓକିଲ କହିଛନ୍ତି ଯେ ଯଦି ସେହି କୋଠରୀରେ କେହି ପ୍ରବେଶ କରିବା ଏତେ ସହଜ ହୋଇଥାନ୍ତା ତେବେ ସଞ୍ଜୟଙ୍କ ବ୍ୟତୀତ ଅନ୍ୟ କେହି ମଧ୍ୟ ସେଠାକୁ ଯାଇପାରନ୍ତି। ସଞ୍ଜୟ ରୟ ଏହା ମଧ୍ୟ କହିଛନ୍ତି ଯେ ସେ ପୀଡିତାଙ୍କୁ ଜାଣି ନାହାଁନ୍ତି । ଏହା ପରେ ତାଙ୍କୁ CBI ପ୍ରଶ୍ନ କରିଥିଲା ଯଦି ତୁମେ ନିର୍ଦୋଷ ତେବେ ପୋଲିସକୁ କାହିଁକି କହି ନଥିଲା, ଏହି ସମୟରେ ସଞ୍ଜୟ କହିଥିଲେ ମୋ କଥାକୁ କେହି ବିଶ୍ୱାସ କରିବେ ନାହିଁ, ମୁଁ ଭୟରେ ଅଛି ।

ସୂଚନାଥାଉ ଯେ, ଗତ ମାସରେ କୋଲକାତାର ଆରଜି କର ହସ୍ପିଟାଲରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ।ପ୍ରାରମ୍ଭିକ ଅନୁସନ୍ଧାନରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଅନେକ ପ୍ରମାଣ ଆଧାରରେ ଗିରଫ କରାଯାଇଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+