ଜାଣନ୍ତୁ କାହିଁକି ପାଳନ କରାଯାଏ ଲୋହରୀ, କ'ଣ ରହିଛି ଏହାର ଅର୍ଥ
Lohri 2024: ଭାରତରେ ଲୋହରୀର ଖାସ ମହତ୍ତ୍ୱ ରହିଛି । ଏହି ପର୍ବ ପଞ୍ଜାବରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହି ପର୍ବର ଧାର୍ମିକ ଏବଂ ସାଂସ୍କୃତିକ ଉଭୟ ଗୁରୁତ୍ୱ ରହିଛି। ପଞ୍ଜାବରେ ଏହି ପର୍ବ ଫସଲ ଅମଳ ସମୟରେ ପାଳନ କରାଯାଏ। ମାନ୍ୟତା ଅନୁସାରେ, ଭଲ ଫସଲ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନ କରାଯାଏ ।
ଲୋହରୀ ପର୍ବକୁ ଶରତ ଋତୁର ଶେଷ ବୋଲି ବିବେଚନା କରାଯାଏ । ଏହା ପରଠାରୁ ରାତି ଛୋଟ ହେବା ଆରମ୍ଭ ହୁଏ ଏବଂ ଦିନ ବଡ଼ ହୋଇଥାଏ । ଲୋହରୀ ଦିନ ରବି ଫସଲକୁ ଅଗ୍ନିରେ ଅର୍ପଣ କରି ସୂର୍ଯ୍ୟ ଦେବତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରାଯାଏ। ଚଳିତ ବର୍ଷ ଲୋହରୀ ୧୩ ଜାନୁଆରୀ ୨୦୨୫ ରେ ପାଳନ କରାଯିବ। ଏହା ପରଦିନ ୧୪ ଜାନୁଆରୀ ୨୦୨୫ରେ ମକର ସଂକ୍ରାନ୍ତି ପାଳନ କରାଯିବ ।

କାହିଁକି ପାଳନ କରାଯାଏ ଲୋହରୀ
ଲୋହରୀ ପର୍ବ ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଏ । ମାନ୍ୟତା ରହିଛି ଆକବରଙ୍କ କାଳରେ ଜଣେ ପଞ୍ଜାବୀ ଲୁଟେରା ଥିଲେ ତାଙ୍କ ନାଁ ଦୁଲ୍ଲା ଭଟ୍ଟୀ ଥିଲେ । ଲୋହରୀ ଗୀତରେ ତାଙ୍କ ନାଁ ମଧ୍ୟ ଆସିଥାଏ । ତାଙ୍କ ପଞ୍ଜାବର ରବିନ ହୁଡ ବୋଲି ମଧ୍ୟ କୁହାଯାଏ । ସେ ଧନୀ ଲୋକଙ୍କ କବଳରୁ ଗରିବ ଝିଅଙ୍କୁ ରକ୍ଷା କରନ୍ତି । ସେତେବେଳେ ଗରିବ ଘର ଝିଅଙ୍କୁ ଧନୀ ଲୋକଙ୍କ ନିକଟରେ ବିକ୍ରି କରାଯାଉଥିଲା । କୁହାଯାଏ ସେ ସମସ୍ତ ଝିଅଙ୍କୁ ଉଦ୍ଧାର କରି ସେମାନଙ୍କୁ ବିବାହ କରୁଥିଲେ । ଲୋହରୀ ଦିନ ତାଙ୍କୁ ସ୍ମରଣ କରାଯାଏ ।












Click it and Unblock the Notifications