ଦିଲ୍ଲୀ ସୁରକ୍ଷିତ ନୁହେଁ କୋଚିଂ ସେଣ୍ଟର, ୧୩ଟି ହେଲା ସିଲ୍
Delhi News: ଶନିବାର ଦିନ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନାଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣିରେ ପସିଯିବାରୁ ୟୁପିଏସସି ପ୍ରସ୍ତୁତ କରୁଥିବା ତିନିଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ବର୍ତ୍ତମାନ ସରଗରମ ରାଜନୀତି । ଅନ୍ୟପକ୍ଷରେ ଛାତ୍ରମାନେ ଏହି ଘଟଣା ପାଇଁ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଏମସିଡି ବିଭିନ୍ନ ବେସମେଣ୍ଟରେ ବେଆଇନ୍ ଭାବେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଛି ।

ସୂଚନା ଅନୁସାରେ, ଏମସିଡି ଅଧିକାରୀମାନେ ରାଜେନ୍ଦ୍ର ନଗର ଅଞ୍ଚଳରେ ପହଞ୍ଚି ଅନେକ କୋଚିଂ ସେଣ୍ଚରରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ମାମଲା ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ମେୟ ଶୈଲି ଓବରୟ କରିଛନ୍ତି, ନିୟମ ଉଲ୍ଲଙ୍ଘନ କରିଥିବା କୋଚିଂ ସେଣ୍ଟରକୁ ସିଲ୍ କରାଯାଉଛି । ଏପରିକି ଆବଶ୍ୟକ ପଡିଲେ ସମ୍ପୁର୍ଣ୍ଣ ଦିଲ୍ଲୀରେ ଏହି ଅଭିଯାନ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି ।












Click it and Unblock the Notifications