Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ କ'ଣ ପାଇଁ ଟ୍ରେଣ୍ତ କରୁଛି 'All Eyes On Rafah'

Why 'All Eyes On Rafah' Is Trending: 'All Eyes On Rafah', ଏହାର ଅର୍ଥ ସମସ୍ତ ଆଖି ରାଫା ଉପରେ । ଏହି 4 ଟି ଶବ୍ଦ ବୁଧବାର ଅର୍ଥାତ ମେ 29 ରେ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି । ବଡ଼ ବଡ଼ ତାରକାଙ୍କଠୁ ଆରମ୍ଭ କରି ଅନେକ ସାଧାରଣ ଲୋକ ନିଜ ଷ୍ଟୋରୀରେ 'All Eyes On Rafah' ଲେଖି ପୋଷ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହା କ'ଣ ବା ଏହି ଶଦ୍ଦର ଅର୍ଥ କ'ଣ । ତେବେ ଏହା ସିଧାସଳଖ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ସହିତ ଜଡିତ ।

ରବିବାର (ମେ 26) ରାତିରେ ଇସ୍ରାଏଲ ରାଫା ସହରରେ ଥିବା ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ହାମାସର ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏଥିରେ 45 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ଥିଲେ। ଏହା ପରେ ବିଶ୍ୱ ପାଲେଷ୍ଟାଇନୀୟମାନଙ୍କ ସମର୍ଥନରେ ଛିଡା ହୋଇଛି । ଭାରତର ଅନେକ ବଡ ନାମ ସମେତ ସାରା ବିଶ୍ୱରୁ ଲୋକମାନେ ସୋସିଆଲ 'All Eyes On Rafah' ଲେଖି ନିଜ ସମର୍ଥନ ଜଣାଇଛନ୍ତି । ଏପରିକି ବିଭିନ୍ନ ଦେଶ ଓ ମାନବାଧିକାର ସଂଗଠନ ଇସ୍ରାଏଲର ଏପରି ଆକ୍ରମଣର ନିନ୍ଦା କରିଛି ।

All Eyes On Rafah

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଫା ସହରର ଉତ୍ତରପଶ୍ଚିମରେ ଥିବା ତାଲ-ଅସ-ସୁଲତାନ ଅଞ୍ଚଳକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଏ । ହେଲେ ଇସ୍ରାଏଲ ସେନା ଏଠାରେ ଆକ୍ରମଣ କରି ସବୁ ନଷ୍ଟ କରିଦେଇଛି । ଏହି ସହର ଉପରେ ଇସ୍ରାଏଲ ୮ଟି ମିଜାଇଲ୍ ମାଡ଼ କରିଥିବା ନେଇ ସୂଚନା ରହିଛି ।

ଆକ୍ରମଣ ଯୋଗୁଁ ଅନେକ ଟେଣ୍ତ ନିଆଁ ଲାଗି ନଷ୍ଟ ହୋଇଛି । ଇସ୍ରାଏଲ ସେନା ଉଭୟ ସ୍ଥଳ ଭାଗ ଏବଂ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିଲେ । ରାଫାକୁ ସପୋର୍ଟ କରିବା ପାଇଁ ସାରା ଦେଶ ବର୍ତ୍ତମାନ ଆଗକୁ ପାତ ବଢାଇଛି । ସୋସିଆଲ ମିଡିଆରେ 'ALL Eyes On Rafah'ଟ୍ରେଣ୍ତ କରୁଛି ।

ଅନକ ବଲିଉଡ ଅଭିନେତା- ଅଭିନେତ୍ରୀ ଯେପରି ବରୁଣ ଧୱନ, ମାଧୁରୀ ଦିକ୍ଷୀତ, ଆଲୀ ଗୋନି, ସମନ୍ଥା, ତ୍ରିପତି ଡିମ୍ରି, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରାଙ୍କ ପରି ଷ୍ଟାର ମାନେ ସୋସିଆଲ ମିଡିଆରେ 'ALL Eyes On Rafah'ଲେଖି ପାଲେଷ୍ଟାଇନକୁ ସମର୍ଥନ କରୁଥିବାର ଦେଖିବା ପାଇଁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+