ଜାଣନ୍ତୁ ୨୦୨୪ ଗୁଗଲରେ ସର୍ଚ୍ଚ ହୋଇଥିବା ସର୍ବାଧିକ ଭାରତୀୟ କିଏ
Year-Ender 2024: ପ୍ରତ୍ୟେକ ବର୍ଷ ପରି ଚଳିତ ଥର ମଧ୍ୟ ଗୁଗଲ୍ ଇୟର ଇନ ସର୍ଚ୍ଚ ୨୦୨୪ର ତାଲିକା ପ୍ରକାଶ କରିଛି । ଯେଉଁଥିରେ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଜିନିଷକୁ ଏବଂ ବ୍ୟକ୍ତିଙ୍କ ନାଁ ସାମିଲ ଅଛି । ସର୍ଚ୍ଚ ଇଞ୍ଜିନ୍ ର 'ଇୟର ଇନ୍ ସର୍ଚ୍ଚ 2024' ରିପୋର୍ଟ ଅନୁଯାୟୀ ରେସଲର ଏବଂ ପରେ ରାଜନୀତିରେ ପ୍ରବେଶ କରିଥିବା ବିନେଶ ଫୋଗାଟଙ୍କ ନାଁ ଗୁଗଲରେ ସର୍ବାଧିକ ସର୍ଚ୍ଚ କରାଯାଇଛି ।
ଫୋଗାଟ୍, ସାକ୍ସି ମଲିକ୍ ଏବଂ ବଜରଙ୍ଗ ପୁନିଆ ଗତ ବର୍ଷ ଶାସକ ଭାରତୀୟ ଜନତା ପାର୍ଟି ର ସଦସ୍ୟ ଥିବା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସରେ ବିନେଶ ଫୋଗାଟ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । ହେଲେ ଫୋଗାଟଙ୍କ ଓଜନ ବୃଦ୍ଧି ଯୋଗୁଁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି । ଯେଉଁଥି ପାଇଁ ତାଙ୍କୁ ପୂରା ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏପରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ସ୍ପୋର୍ଟ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଭିନେଶ ଫୋଗାଟ୍ ହରିୟାଣାରେ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ପରେ କଂଗ୍ରେସ ଲଢୁଆ ପ୍ରାର୍ଥୀ ଭିନେଶ ଜୁଲାନା ଆସନରୁ ଜିତିଥିଲେ । ତେବେ ୨୦୨୪ ଭାରତରେ ଗୁଗୁଲରେ ସର୍ବାଧିକ ବିନେଶ ଫୋଗାଟଙ୍କ ନାଁ ସର୍ଚ୍ଚ କରାଯାଇଛି । ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜାନୁଆରୀରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରେ ଯୋଗ ଦେଇଥିଲେ।
ତୃତୀୟ ସ୍ଥାନରେ ରହିଛନ୍ତି ଚିରାଗ ପାସୱାନ୍ । ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାସୱାନ ମଧ୍ୟ ବିଜେପିର ସହଯୋଗୀ ଦଳ । ଚଳିତ ବର୍ଷ ଚିରାଗ ପାସୱାନଙ୍କ ନାଁ ଗୁଗଲରେ ଅଧିକ ସର୍ଚ୍ଚ କରାଯାଇଛି । ସେହିପରି ଲୋକସଭା ନିର୍ବାଚନ ପରେ ବେଶ ଚର୍ଚ୍ଚାରେ ରହିଥିଲେ ଚିରାଗ । ଚିରାଗଙ୍କ ବିଷୟରେ ଅନେକ କଥା ଜାଣିବା ପାଇଁ ଚାହିଁଥିଲେ ଲୋକେ । ଆଇପିଏଲ ଏବଂ ବିବାହ ବିଚ୍ଛେଦ ପାଇଁ ଚଳିତ ବର୍ଷ ବେଶ ଲାଇମଲାଇଟରେ ରହିଥିଲେ ହାର୍ଦ୍ଦିକ ପାଣ୍ତ୍ୟା । ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ସ୍ଥାନରେ ରହିଛନ୍ତି। ଜୁନ୍ ମାସରେ ହେବାକୁ ଥିବା ବିଶ୍ୱ ଟି -20 ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶେଷ ଓଭରରେ ପାଣ୍ଡ୍ୟା ବୋଲିଂକୁ ନେଇ ବେଶ୍ ପ୍ରଶଂସା ସାଉଁଟିଥିଲେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications