ଜାଣନ୍ତୁ କେଉଁ ଦେଶରେ ପ୍ରଥମେ ଉପସ୍ଥାପନ ହୋଇଥିଲା ବଜେଟ୍
First Budget: ଫେବ୍ରୁଆରୀ ୧ ତାରିଖ ସକାଳ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ନିକଟରେ ଅର୍ଥ ମନ୍ତ୍ରଣାଳୟରେ ହାଲୱା ସମାରୋହ ପରେ, ବଜେଟର ଲକ୍-ଇନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଯାହା ସୂଚାଉଛି ଯେ ଚଳିଚ ବର୍ଷ ବଜେଟ୍ ଚୂଡାନ୍ତ ହୋଇସାରିଛି ।
ବଜେଟ୍ 2025 ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି । ଏଥର ମଧ୍ୟବିତ୍ତ ବର୍ଗ ଏହି ବଜେଟରୁ ଆଶା ରଖିଛି । ମୋଟାମୋଟି ଭାବେ କହିବା ପାଇଁ ଗଲେ ଏଥର ବଜେଟ୍ ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କେବଳ ଅପେକ୍ଷା ବଜେଟ୍ ଉପସ୍ଥାପନକୁ । ତେବେ ବିଶ୍ୱର ପ୍ରଥମ ବଜେଟ୍ କେବେ ଏବଂ କେଉଁଠାରେ ଉପସ୍ଥାପିତ ହୋଇଥିଲା, ଏହି ଶବ୍ଦ କେଉଁଠାରୁ ଆସିଥିଲା ଏବଂ ଏହି ବଜେଟ୍ ପ୍ରସ୍ତୁତ କରିବାର ପ୍ରକ୍ରିୟା କ'ଣ ଥିଲା ଚାଲନ୍ତୁ ଜାଣିବା ।

ବଜେଟ୍ ଶବ୍ଦଟି ଲାଟିନ୍ ଶବ୍ଦ 'bulga' ରୁ ଆସିଛି। ଫରାସୀ ଭାଷାରେ ଏହାକୁ ବୁଗେଟ୍ ମଧ୍ୟ କୁହାଯାଉଥିଲା। ଯେତେବେଳେ ଏହି ଶବ୍ଦଟି ଇଂରାଜୀରେ ବ୍ୟବହୃତ ହେଲା, ଏହାକୁ ବୋଗାଟ୍ କୁହାଗଲା । ଯାହାକୁ ପରବର୍ତ୍ତୀ ସମୟରେ ବଜେଟ୍ କୁହାଗଲା । ଯେତେବେଳେ ବିଶ୍ୱରେ ବଜେଟ୍ ଉପସ୍ଥାପନ କରିବାର କଥା ଆସେ, ଇଂଲଣ୍ଡର ନାମ ପ୍ରଥମେ ଆସେ।
ଅର୍ଥାତ୍ ଇଂଲଣ୍ଡରେ ପ୍ରଥମେ ବଜେଟ୍ ଉପସ୍ଥାପନ ହୋଇଥିଲା । ଇଂଲଣ୍ଡରେ ୧୭୬୦ ମସିହାରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷର ଆରମ୍ଭରେ ବଜେଟ୍ ଉପସ୍ଥାପନ ହେଉଥିଲା ଯାହା ପରେ ଏହା ବିଶ୍ୱର ସମସ୍ତ ଦେଶ ନିଜର ବଜେଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା ।
ଭାରତରେ ବଜେଟ୍ ସ୍ୱାଧୀନତାର ବହୁତ ପୂର୍ବରୁ ଆରମ୍ଭ ହୋଇଥିଲା। ବ୍ରିଟିଶ ଶାସନ ସମୟରେ, ୧୮୫୭ ବିଦ୍ରୋହ ପରେ, ଦେଶର ଆର୍ଥିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ବ୍ରିଟିଶମାନେ ଜଣେ ମହାନ ଅର୍ଥନୀତିଜ୍ଞ ଜେମ୍ସ ୱିଲସନଙ୍କୁ ଭାରତ ଡକାଇଥିଲେ। ସେ ୧୮୬୦ ମସିହା ଏପ୍ରିଲ ୭ ତାରିଖରେ ଭାରତର ପ୍ରଥମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହୋଇଥିଲା । ଦେଶ ସ୍ୱାଧୀନତା ପରେ, ତତ୍କାଳୀନ ଅର୍ଥମନ୍ତ୍ରୀ ଆରକେ ଶନମୁଗମ ଚେଟ୍ଟି ୨୬ ନଭେମ୍ବର ୧୯୪୭ରେ ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ।












Click it and Unblock the Notifications