ଜାଣନ୍ତୁ, ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ସଂସଦ ଭବନରେ କଣ ହେବ ?
ନୂଆଦିଲ୍ଲୀ: ଆଜି ଅର୍ଥାତ ସେପ୍ଟେମ୍ବର 18 ରେ ପୁରୁଣା ସଂସଦ ଭବନରେ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲିଠୁ (ସେପ୍ଟେମ୍ବର 19) ରୁ ସଂସଦର ପ୍ରକ୍ରିୟା ନୂତନ ବିଲ୍ଡିଂକୁ ସ୍ଥାନାନ୍ତରିତ ହେବ । ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ । ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ କାଲି ଠାରୁ 22 ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ ।
ଏବେ ପ୍ରଶ୍ନ ଉଠୁଛି ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ସଂସଦ ଭବନରେ କଣ ହେବ ?

ସରକାରୀ ସୂତ୍ର ଅନୁସାରେ, ସଂସଦର ପୁରୁଣା ବିଲଡିଂକୁ ଆଦୌ ଭଙ୍ଗା ଯିବ ନାହିଁ । ଏହାକୁ ନବୀକରଣ କରାଯାଇ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ । ଏହା ଦେଶର ଗୋଟିଏ ଐତିହ୍ୟ ସମ୍ପତ୍ତି ହୋଇଥିବାରୁ ସରକାର ଏହାର ସଂରକ୍ଷଣ କରିବେ ।
2021ରେ ତତ୍କାଳୀନ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ କହିଥିଲେ ଯେ ପୁରୁଣା ବିଲଡିଂର ମରାମତି କରାଯିବ ଓ ଏହାକୁ ଅଲଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ ।
ଜାତୀୟ ସ୍ମୃତିଗୁଡ଼ିକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ। ଫଳରେ ପୁରୁଣା ବିଲଡିଂରେ ଅଧିକ ସ୍ଥାନ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖାଲି ହୋଇ ରହିବ । ଦରକାର ପଡ଼ିଲେ ପୁରୁଣା ବିଲଡିଂକୁ ଗୋଟିଏ ସଂଗ୍ରହାଳୟରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ ।
ନୂଆ ବିଲଡିଂ
ଚଳିତ ବର୍ଷ ମେ' ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିଥିଲେ । ଲୋକସଭା ଚ୍ୟାମ୍ବରରେ ଏକାଥରେ 800 ଓ ରାଜ୍ୟସଭାରେ 300 ଜଣ ବସି ପାରିବେ । ଲୋକସଭା ଚ୍ୟାମ୍ବରରେ ଯୁଗ୍ମ ଅଧିବେଶନ ପାଇଁ 1280 ଜଣ ସାଂସଦ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ ।
ତ୍ରିକୋଣ ଆକାରରେ ପ୍ରସ୍ତୁତ ଏହି ଭବ୍ୟ ବିଲଡିଂଟି ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ରହିଛି । ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ନାଁରେ ୩ଟି ପ୍ରବେଶ ପଥ ଏଠାରେ ଅଛି । ସେହିପରି ଭିଆଇପି, ସାଂସଦ ଓ ଅତିଥିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ହୋଇଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications