Beating Retreat:'ବିଟିଂ ରିଟ୍ରେଟ୍'ର ଇତିହାସ, ଜାଣନ୍ତୁ ଭାରତରେ କେବେ ହୋଇଥିଲା ଆରମ୍ଭ
Beating Retreat:'ବିଟିଂ ରିଟ୍ରେଟ୍'ର ଇତିହାସ, ଜାଣନ୍ତୁ ଭାରତରେ କେବେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀ ବିଜୟ ଚୌକ୍ ଠାରେ ବିଟିଂ ରିଟ୍ରେଟ୍ ସମାରୋହର ଆୟୋଜନ କରାଯାଇଛି । ପ୍ରତିବର୍ଷ ଭାରତର ଗଣତନ୍ତ୍ର ଦିବସର ତିନି ଦିନ ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ଏହା ଏକ ପୁରାତନ ପରମ୍ପରା । ଏହା ୧୭ ତମ ଶତାବ୍ଦୀରେ ବ୍ରିଟେନରେ ଆରମ୍ଭ ହୋଇଥିଲା । ଯେଉଁଠାରେ ପ୍ରଥମେ ଇଂଲଣ୍ଡରେ ଏପରି ସମାରୋହର ଆୟୋଜନ କରାଯାଇଥିଲା ।
ଏହି ସମାରୋହରେ ଯବାନ ମାନଙ୍କର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ସୂଚନା ଅନୁସାରେ, ୧୭ ତମ ଶତାବ୍ଦୀରେ ବ୍ରିଟିଶ ଯବାନ ମାନେ ଦିନସାରା ଯୁଦ୍ଧ କରୁଥିଲେ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ନିଜ କ୍ୟାମ୍ପକୁ ଫେରୁଥିଲେ । ଯୁଦ୍ଧ ଶେଷ ହେବା ପରେ ସନ୍ଧ୍ୟାରେ ସେନା ମୁଖ୍ୟ ନିଜ ଯବାନଙ୍କୁ ପ୍ୟାରେଡ୍ କରିବାକୁ ନିର୍ଦ୍ଦେଶ ଦେଉଥିଲେ ଏବଂ ବ୍ୟାଣ୍ଡ ମଧ୍ୟ ବଜାଯାଉଥିଲା । ସେବେଠାରୁ ଏହି ସମାରୋହ ପାଳନ କରାଯାଉଛି ।
ଏହା ପରେ ଯେଉଁ ଯେଉଁ ଦେଶରେ ବ୍ରିଟିଶ ଶାସନ ଚାଲିଥିଲା ସେହି ଦେଶଗୁଡିକରେ 'ବିଟିଂ ରିଟ୍ରେଟ୍' ସମାରୋହର ଆୟୋଜନ କରାଯାଏ ।
ଭାରତରେ ଗଣତନ୍ତ୍ର ଦିବସର ତିନି ଦିନ ପରେ ବିଟିଂ ରିଟ୍ରେଟ୍ ଅନୁଷ୍ଠିତ ହୁଏ । ପ୍ରତିବର୍ଷ ୨୯ ଜାନୁଆରୀ ସନ୍ଧ୍ୟାରେ ବିଜୟ ଚୌକ୍ ଠାରେ ଏହା ଅନୁଷ୍ଠିତ ହୋଇଥାଏ । ୧୯୫୦ ମସିହାରୁ ଏହା ଭାରତରେ ଆରମ୍ଭ ହୋଇଥିଲା । ଏହି ସମାରୋହରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦିଅନ୍ତି ।
ଭାରତରେ ଚଳିତ ବର୍ଷର କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଡ୍ରୋନ୍ ଉପସ୍ଥାପନା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୩ ହଜାରରୁ ଅଧିକ ଡ୍ରୋନ୍ ବ୍ୟବହାର କରାଯିବ ।












Click it and Unblock the Notifications