ଜିଏସଟି ପରିଷଦର ନିଷ୍ପତ୍ତି ଜାଣନ୍ତୁ କ'ଣ ହେଲା ଶସ୍ତା, କ'ଣ ମହଙ୍ଗା ?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୫ ତମ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ଥାନ ଜୈସଲମରରେ ହୋଇଥିବା ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଜିଏସଟି କର ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି କର ବୃଦ୍ଧି କରାଯାଇଥିବା ବେଳେ କେତେକ ପ୍ରସ୍ତାବକୁ ଟାଳି ଦିଆଯାଇଛି । ଆସନ୍ତୁ ନଜର ପକାଇବା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକର ନିଷ୍ପତ୍ତି ଅନୁସାରେ କଣ ହେବ ଶସ୍ତା , କଣ ହେବ ମହଙ୍ଗା

ଜିଏସଟି ପରିଷଦର ନିଷ୍ପତ୍ତି କ'ଣ ଶସ୍ତା, କ'ଣ ମହଙ୍ଗା ?
ପୁରୁଣା କାର ଉପରେ ଜିଏସଟି ଦର ୧୨% ବଦଳରେ ୧୮% ଆଦାୟ ନିଷ୍ପତ୍ତି
ବ୍ୟବସାୟିକ ପ୍ରତିଷ୍ଠାନ କାର କିଣୁଥିଲେ ୧୮% ଜିଏସଟି ଗଣିବେ
କୌଣସି ବ୍ୟକ୍ତି ପୁରୁଣା କାର କିଣିଲେ ବା ବିକିଲେ ପୂର୍ବପରି ୧୨% ଜିଏସଟି ଦେବେ
ନୂଆ ଇଭି କାର ଉପରେ ୫% ଜିଏସଟି ଆଦାୟ ନିଷ୍ପତ୍ତି
ପପକର୍ଣ୍ଣର ସ୍ୱାଦ ଓ ପ୍ରକାର ଅନୁସାରେ ୫ , ୧୨ ଓ ୧୮% ହାରରେ ଜିଏସଟି ଆଦାୟ କରାଯିବ
ଜିନ ଥେରାପିକୁ ଜିଏସଟି ମୁକ୍ତ କରାଯାଇଛି
ରିଟେଲର ଦ୍ୱାରା ଦିଆଯାଉଥିବା ଗିଫ୍ଟ ଭାଉଚରକୁ ଜିଏସଟି ପରିସର ବାହାରେ ରଖାଯାଇଛି
ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଟିକସ ହ୍ରାସ ନିଷ୍ପତ୍ତି ଘୁଞ୍ଚିଲା
ଜମାଟୋ, ସ୍ୱିଗି ଭଳି ସଂସ୍ଥାଠୁ ଅନଲାଇନ ଖାଦ୍ୟ ବରାଦ ଉପରେ ଜିଏଟି ହ୍ରାସ ନିଷ୍ପତ୍ତିକୁ ମଧ୍ୟ ଟାଳି ଦିଆଯାଇଛି
ରୁଣ ନେଇଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ ଲଗାଉଥିବା ଜରିମାନା ରାଶି ଉପରେ ଶୂନ୍ୟ ପ୍ରତିଶତ ଜିଏସଟି
ବିମାନ ଇନ୍ଧନକୁ ଜିଏସଟି ପରିସରକୁ ଆଣିବା ଲାଗି ସର୍ବସମ୍ମତି ହୋଇପାରିଲା ନାହିଁ
ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଲାଗୁଥିବା ଜିଏସଟି ଦର ଅପରିବର୍ତ୍ତିତ












Click it and Unblock the Notifications