ପୁଣି ଚିନ୍ତା ବଢାଉଛି ସ୍ୱାଇନ୍ ଫ୍ଲୁ ଫିବର: WHO ଜାରି କଲା ସତର୍କ ସୂଚନା, ଜାଣନ୍ତୁ ଏହାର ଲକ୍ଷଣ
Swine Flu: ପୁଣି ଚିନ୍ତା ବଢାଉଛି ସ୍ୱାଇନ୍ ଫ୍ଲୁ ଫିବର । ଏନେଇ WHO ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ନିକଟରେ ସ୍ପେନରେ ସ୍ୱାଇନ ଫ୍ଲୁର ନୂଆ ମାମଲା ଚିହ୍ନଟ କରାଯାଇଛି । ଜଣେ ବ୍ୟକ୍ତି ଏକ ପ୍ରକାର ସ୍ୱାଇନ୍ ଫ୍ଲୁରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । 29 ଜାନୁଆରୀ 2024 ରେ ସ୍ପେନର ସ୍ୱାସ୍ଥ୍ୟ ଅଧିକାରୀ WHOକୁ ସୂଚନା ଦେଇଥିବା ଖବର ରହିଛି ।
ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ସୂଚନା ଜାରି କରିଛି ଏବଂ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସ୍ପେନରେ ଏହା ସ୍ୱାଇନ୍ ଫ୍ଲୁର ତୃତୀୟ ମାମଲା । ଏହା ପୂର୍ରୁ ବ ଦୁଇଟି ମାମଲା 2008 ଏବଂ ଜାନୁୟାରୀ 2023 ରେ ରେକର୍ଡ କରାଯାଇଥିଲା । ସ୍ୱାଇନଫ୍ଲୁକୁ ନେଇ ଚିନ୍ତା ବଢିବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା ଏହା ମନୁଷ୍ୟ ଜୀବନ ପ୍ରତି କେତେ ବିପର ଏବଂ ଏହାର ଲକ୍ଷଣ କ'ଣ ।

WHO ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ,ଜଣେ ବୟଷ୍କ ବ୍ୟକ୍ତି ସ୍ୱାଇନ ଫ୍ଲୁରେ ଆକ୍ରାଣ୍ତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ସ୍ପେନର ଏକ ଘୁଷୁରୀ ଫାର୍ମରେ କାମ କରୁଥିଲେ। ଅସୁସ୍ଥ ହେବା ପରେ ଟେଷ୍ଟରୁ ସ୍ପଷ୍ଟ ହୋଇଥିଲା ଯେ ସେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଅଛନ୍ତି । WHO ସୂଚନା ଅନୁସାରେ, ସ୍ୱାଇନ୍ ଫ୍ଲୁ H1N1 ଜୀବାଣୁ ସଂକ୍ରମିତ ଅଧିକାଂଶ ଲୋକ ଘୁଷୁରି ଇନ୍ଫ୍ଲୁଏଞ୍ଜା ଜୀବାଣୁଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସି କିମ୍ବା ସଂକ୍ରମିତ ଘୁଷୁରି ସଂସ୍ପର୍ଶରେ ଆସି ସଂକ୍ରମିତ ହୁଅନ୍ତି।
ସ୍ୱାଇନ୍ ଫ୍ଲୁ ଏବଂ H1N1 କ'ଣ?
ସ୍ୱାଇନ ଫ୍ଲୁର ଭୂତାଣୁ ଥଣ୍ଡା ଦିନରେ ଅଧିକ ବ୍ୟାପିଥାଏ । ହେଲେ ଖରା ବଢିବା ସହ ଏହାର ପ୍ରଭାବ କମି କମି ଥାଏ । ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ସ୍ୱାଇନ ଫ୍ଲୁର ଭୂତାଣୁ ସକ୍ରିୟ ହୋଇଯାଇଥାଏ । ଏମିତିରେ ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ । ସ୍ୱାଇନ ଫ୍ଲୁ ଶ୍ୱାସ ତନ୍ତ୍ର ସହିତ ଜଡିତ ରୋଗ, ଯାହା ଇନଫ୍ଲୁଏଂଜା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଏଚ୧ ଏନ୧ ନାମରେ ମଧ୍ୟ ଜଣାଯାଏ ।
ସ୍ୱାଇନ ଫ୍ଲୁର ଲକ୍ଷଣ
- ଥଣ୍ତା ଲାଗି ରହିବା, ଛିଙ୍କିବା, ନାକ ଜାମ୍ ହୋଇଯିବା
- ମାଂସପେଶୀରେ ଯନ୍ତ୍ରଣା ଅନୁଭବ
- ମୁଣ୍ଡ ବ୍ୟଥା
- କଫ ଓ ଥଣ୍ଡା, ଲଗାତାର କାଶ ଲାଗି ରହିବ ।
- ଦୁର୍ବଳ ଅନୁଭବ କରିବା
- ଜ୍ୱର ହେବ












Click it and Unblock the Notifications