ଜାଣନ୍ତୁ 'ମହିଳା ସଂରକ୍ଷଣ ବିଲ୍'ରେ କ'ଣ ରହିଛି
ନୂଆଦିଲ୍ଲୀ: ବିରୋଧୀଙ୍କ ହଙ୍ଗାମା ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର 19 ତାରିଖରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି । ଏହି ବିଲ୍ ଉପସ୍ଥାପନ କରିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ହେବ ବୋଲି କହିଛନ୍ତି । ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।
ଏହି ବିଲ୍ ଉପସ୍ଥାପନ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ସମ୍ବିଧାନ ବିଧୟକ, 2023 ସମ୍ବିଧାନ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍। ଆମେ ଧାରା 239AAରୁ ଏଥିରେ ସନ୍ନିବେଶ କରୁଛୁ, ଯାହା ମାଧ୍ୟମରେ 33 ପ୍ରତିଶତ ମହିଳା ନ୍ୟାସନାଲ କ୍ୟାପିଟାଲ୍ ଟେରିଟୋରୀ (ଏନସିଟି) ଦିଲ୍ଲୀରେ ସଂରକ୍ଷଣ ପାଇବେ । ଏହା ପରେ, ଆମେ ଧାରା 330A ରେ ସଂଶୋଧନ କରୁଛୁ, ଯାହା ମାଧ୍ୟମରେ ଆମେ ଲୋକସଭାରେ ଏସସି / ଏସଟି ପାଇଁ ସିଟ୍ ସଂରକ୍ଷଣରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ବିଷୟରେ ପ୍ରସ୍ତାବ ରଖିଛୁ ।
ଆଇନ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବିଧାନସଭାରେ 33 ପ୍ରତିଶତ ମହିଳାଙ୍କ ସଂରକ୍ଷଣ ପାଇଁ ଧାରା 332 ରହିଛି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ।

VIDEO | "The Constitution (One Hundred and Twenty-eighth Amendment) Bill, 2023 is a very important Bill. We are inserting Article 239AA, through which 33 per cent women will get reservation in the national capital territory (NCT) of Delhi. We are making an amendment in Article… pic.twitter.com/2x8wThxqRU
— Press Trust of India (@PTI_News) September 19, 2023
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, "ତେବେ ଆମେ ଧାରା 334A ରେ ଏକ ନୂତନ ଧାରା ଯୋଡିଛୁ, ଯାହା ମାଧ୍ୟମରେ ଏହି ମହିଳା ସଂରକ୍ଷଣର ଅବଧି 15 ବର୍ଷ ପାଇଁ ରହିବ, ଯଦି ଏହି ଅବଧିକୁ ବୃଦ୍ଧି କରିବାକୁ ପଡେ ତେବେ ସଂସଦର ଏହାକୁ ବୃଦ୍ଧି କରିବାର ଅଧିକାର ରହିବ।" '
VIDEO | Opposition uproar continues after Centre tables Women's Reservation Bill. pic.twitter.com/WeChYa1mhH
— Press Trust of India (@PTI_News) September 19, 2023
ସୂଚନାଥାଉ ଯେ, ବର୍ତ୍ତମାନ ଲୋକସଭାରେ ୭୮ ଜଣ ସାଂସଦ ରହିଛନ୍ତି । ଯାହା ମୋଟ୍ 543 ସଂଖ୍ୟାରେ 15 ପ୍ରତିଶତରୁ କମ । ସେହିପରି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର. ମଣିପୁର, ମେଘାଳୟ, ଓଡ଼ିଷା ସିକ୍ସିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଏବଂ ପଡୁଚେରୀ ସମେତେ ଅନେକ ରାଜ୍ୟ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ 10 ପ୍ରତିଶତରୁ କମ୍ ।
ସୂଚନାରହିଛି, ଆସନ୍ତାକାଲି କିମ୍ବା ୨୧ ତାରିଖରେ ଦିଲ୍ଲୀ କିମ୍ବା ରାଜସ୍ଥାନର କୌଣସି ସହରରେ ବିଜେପି ପକ୍ଷରୁ ମହିଳାଙ୍କର ଏକ ବଡ଼଼ ରାଲିୟ ଆୟୋଜନ କରାଯାଇପାରେ ନିଜେ ପ୍ରଧାନମନ୍ତ୍ରୀ ଏହି ରାଲିକୁ ସମ୍ବୋଧିତ କରିପାରନ୍ତି ବୋଲି ସୂଚନା ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications