Get Updates
Get notified of breaking news, exclusive insights, and must-see stories!

DK Shivakumar:୧୯୮୯ରୁ ଏପର୍ଯ୍ୟନ୍ତ ହାରି ନାହାଁନ୍ତି ନିର୍ବାଚନ, ହୋଇପାରନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଏଥର କର୍ଣ୍ଣାଟକ ନିର୍ବାଚନରେ ​​ବୋହୁ ସଂଖ୍ୟାରେ ଭୋଟ ପାଇ ବିଜୟର ମୁକୁଟ ପିନ୍ଧିଛନ୍ତି । ସେ ତାଙ୍କ ନିର୍ବାଚନମଣ୍ଡଳୀ କନକପୁରାରୁ 1 ଲକ୍ଷ 22 ହଜାର 392 ଭୋଟ ପାଇ ଜିତିଛନ୍ତି । ବହୁ ସଂଘର୍ଷ ପରେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସର ବିଜୟୀ ହେବା ସ୍ପଷ୍ଟ ହୋଇଥିଲା ସେତେବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ଡି.କେ ଶିବକୁମାର ।

ବିଜୟ ପରଠାରୁ କଂଗ୍ରେସ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ସବୁଠି ଏବେ ସେଲିବ୍ରେସନର ମାହୋଲ । ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ପାଇଁ ଯାଉଛି ହେଲେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେ ଦ୍ୱନ୍ଦ ଲାଗି ରହିଛି । ତେବେ କାହା ମୁଣ୍ତରେ ହାଇକମାଣ୍ତ ସୁନା କଳସ ଢାଳିବେ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ରାଜ୍ୟ ପିସିସି ସଭାପତି ଡି.କେ ଶିବକୁମାର ।

d k shivakumar

1989 ମସିହାରୁ ତାଙ୍କର ବିଜୟ ଧାରା ବଜାୟ ରଖି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କ୍ରମାଗତ ଅଷ୍ଟମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ଜିତିଛନ୍ତି । 2018 ତୁଳନାରେ ଶିବାକୁମାରଙ୍କ ବିଜୟ ମାର୍ଜିନ ବହୁତ ଅଧିକ ଥିଲା, ଯେତେବେଳେ ସେ ଜେଡିଏସ ପ୍ରାର୍ଥୀ ନାରାୟଣ ଗୌଡାଙ୍କୁ ହରାଇ 79,909 ଭୋଟରେ ଜିତିଥିଲେ । ସେ ଚତୁର୍ଥ ଥର ପାଇଁ କନକପୁରା ଆସନରୁ ବିଜୟଲାଭ କରିଛନ୍ତି ।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ରାଜନୈତିକ ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି ଏବଂସେ ଜଣେ ସାମାଜିକ କର୍ମୀ ମଧ୍ୟ । ତାଙ୍କୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ​​ଏବଂ ଏହାକୁ କଂଗ୍ରେସର ଏକ ସ୍କିମ୍ ବୋଲି କୁହାଯାଇଥିଲା । ଲଗାତାର 8 ଥର ବିଧାୟକ ଭାବରେ ନିର୍ବାଚିତ ହେବା ସହିତ ସେ କର୍ଣ୍ଣାଟକରେ ସିଏମ୍ ପଦବୀ ପାଇଁ ଏକ ଦୃଢ ପ୍ରତିଯୋଗୀ ବୋଲି ଚର୍ଚ୍ଚା ଜୋର ଧରିଛି ।

ସୂଚନାଥାଉ ଯେ, ଡି.କେ ଶିବକୁମାର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସର ସବୁଠାରୁ ଧନୀ ନେତା । ତାଙ୍କର ସମ୍ପତ୍ତି 840 କୋଟିରୁ ବି ଅଧିକ । ତେବେ ସିବିଆଇ, ଇଡି ଏବଂ ଆୟକର ବିଭାଗର ଜାଲରେ ତାଙ୍କ ନାଁ ଛନ୍ଦି ହୋଇସାରିଛି । ନିର୍ବାଚନ ପୂର୍ବରୁ ସେ 104 ଦିନ ପାଇଁ ଜେଲରେ ଥିଲେ ଏବଂ ଜାମିନରେ ବାହରକୁ ଆସିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+