ଏସ୍ଆଇଆର ଆରମ୍ଭ ହେବା ପୂର୍ବରୁ ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ନଚେତ୍ ଆପଣଙ୍କୁ.....
ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ SIR ।
ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କୁ ଯୋଡିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମ ହଟାଇବା ହିଁ ଏସଆଇଆରର ଉଦ୍ଦେଶ୍ୟ । ୧୯୫୧ ରୁ ୨୦୦୪ ପର୍ଯ୍ୟନ୍ତ ୮ ଥର ଏପରି ସଂଶୋଧନ ହୋଇଛି । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳ ଭୋଟର ତାଲିକାରେ ତ୍ରୁଟି ସଂପର୍କରେ ଅଭିଯୋଗ କରିଆସୁଛନ୍ତି ।
ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ କରାଯାଉଥିବା ରାଜ୍ୟଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ ଟାରେ ଫ୍ରିଜ୍ କରାଯିବ । ପ୍ରତ୍ୟେକ ବୁଥରେ ଜଣେ BLO ଏବଂ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ERO (Elsctoral registration Officer) ନିୟୋଜିତ ହେବେ । ଆଜି ସମସ୍ତ ଭୋଟରଙ୍କ ପାଇଁ ଗଣନା ଫର୍ମ (EF) ପ୍ରିଣ୍ଟ ହେବ । ପ୍ରତ୍ୟେକ ବିଏଲଓ ସୂଚନା ସଂଗ୍ରହ ପାଇଁ ପ୍ରତ୍ୟେକ ଘରକୁ ଅତି କମରେ ତିନିଥର ପରିଦର୍ଶନ କରିବେ । ନିଜ ନିର୍ବାଚନ ମଣ୍ଡଳୀ ବାହାରେ ଥିବା ଭୋଟରମାନେ ମଧ୍ୟ ଏହି ଫର୍ମଗୁଡ଼ିକୁ ଅନଲାଇନରେ ପୂରଣ କରିପାରିବେ । ଏହି ପ୍ରକ୍ରିୟା ସମୟରେ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ କିମ୍ବା ଫର୍ମ ଆବଶ୍ୟକ ହେବ ନାହିଁ ।
ତେବେ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିନେବା ଏଥି ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ସବୁ କ'ଣ? ଏସଆଇଆର ଦେଶରେ ଭୋଟର ଲିଷ୍ଟ ଅପଡେଟ୍ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଏକ ବଡ଼ ପଦକ୍ଷେପ। ବୁଥସ୍ତରୀୟ ଅଧିକାରୀ ଭୋଟରଙ୍କ ଠିକଣା, ବୟସ ଓ ପରିଚୟ ସମ୍ବଦ୍ଧିତ ସୂଚନା ପୁଷ୍ଟି କରିବା ପାଇଁ ଘରକୁ ଘର ଯାଆନ୍ତି। ଏହି ପୁରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏ କଥା ସୁନିଶ୍ଚିତ କରିବା ଯେ କେବଳ ପାତ୍ର ନାଗରିକ ହିଁ ଭୋଟର ଲିଷ୍ଟରେ ରହନ୍ତୁ। ଏହି ପ୍ରକ୍ରିୟାକୁ ସଫଳତା ପୂର୍ବକ ଶେଷ କରିବାରେ ଦେଶରେ ବିହାର ପ୍ରଥମ ରାଜ୍ୟ। ଏବେ ଏହି ମଡେଲ ସାରା ଦେଶରେ ଲାଗୁ ହେବ।
ନାଗରିକତା ସାବ୍ୟସ୍ତ କରିବାର କଥା ଉଠିଲେ ସରକାରୀ ଗାଇଡଲାଇନ ଅନୁସାରେ କିଛି କାଗଜପତ୍ର ଆଇନତଃ ମାନ୍ୟ। ଏଥିରେ ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ପାସପୋର୍ଟ, ଜାତୀୟ ନାଗରିକ ରେଜିଷ୍ଟର କାଗଜପତ୍ର, ସରକାରୀ ପରିଚୟ ପତ୍ର ଅଥବା ପେନସନ ଅର୍ଡର ଆଦିରହିଛି।

ତେବେ ଜାଣି ରଖନ୍ତୁ ଏସଆଇଆରରେ ଆଧାର କାର୍ଡ, ପାନ କାର୍ଡ ଓ ରେସନ କାର୍ଡ କେବଳ ଆପଣଙ୍କ ଠିକଣା ଓ ସରକାରୀ ଯୋଜନା ଲାଗି ମାନ୍ୟ। ଏ ଗୁଡିକୁ ନାଗରିକତା ପ୍ରମାଣ କରିବାକୁ ନୁହେଁ। ସେହିପରି ଭୋଟର ଆଇଡି କାର୍ଡକୁ ଶେଷ ନାଗରିକ ପରିଚୟ ବୋଲି ମଧ୍ୟ ଗ୍ରହଣ କରାଯାଇ ପାରିବନି।
ତେବେ କିଛି ପରିସ୍ଥିତିରେ ମାତାପିତାଙ୍କ ବୈଧ ନାଗରିକ କାଗଜପତ୍ର ପିଲାଙ୍କ ନାଗରିକତାକୁ ସ୍ଥାପିତ କରିଥାଏ। ଏଣୁ ଏସଆଇଆର ପ୍ରକ୍ରିୟା ପୂର୍ବରୁ ଆପଣଙ୍କୁ ଏ କଥା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆପଣଙ୍କ ଜନ୍ମ ପ୍ରମାଣପତ୍ର ଓ ବାସ ସ୍ଥାନ ପ୍ରମାଣ ପତ୍ର ଯେପରି ସଠିକ କ୍ରମରେ ଥାଏ।
ଯଦି ଏହି କାଗଜପତ୍ର ଉପଲବ୍ଧ ନଥାଏ ତେବେ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟ ଅଥବା ଅନଲାଇନ ପୋର୍ଟାଲରୁ ତୁରନ୍ତ ଏଥି ପାଇଁ ଆବେଦନ କରନ୍ତୁ। ଆପଣ ଏ କଥା ମଧ୍ୟ ଯାଞ୍ଚ କରି ନିଅନ୍ତୁ ଯେପରି ଆପଣ ଦେଇଥିବା ସବୁ କାଗଜପତ୍ରର ସୂଚନା ଯେମିତି ଆପଣଙ୍କ ନାମ, ଜନ୍ମ ତିଥି ଓ ଠିକଣା ଦିଆଯାଇଥିବା ରେକର୍ଡ ଅନୁରୂପ ଥାଏ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications