ହୋଲି ସ୍ପେଶାଲ୍ ଅଫିର୍: କମ ଟଙ୍କାରେ କରନ୍ତୁ ବିମାନରେ ଯାତ୍ରା, ଟିକେଟ୍ ବୁକ କରିବା ସମୟରେ ଏପରି ମିଳିବ ରିହାତି
Holi 2025: ଆସନ୍ତାକାଲି ଅର୍ଥାତ୍ ୧୪ ମାର୍ଚ୍ଚରେ ସାରା ଦେଶରେ ହୋଲି ପାଳନ କରାଯିବ। ପର୍ବପର୍ବାଣୀ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ସହ ସମୟ କାଟିବା ପସନ୍ଦ କରନ୍ତି । ସେହିପିରି ହୋଲି ପ୍ରାୟତଃ ନିଜ ପ୍ରିୟଜନଙ୍କ ସହ ପାଳନ କରିବାକୁ ଚାହାଁନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ ଘରକୁ ଯିବାକୁ ଚାହୁଁଛନ୍ତି ଏବଂ ଫ୍ଲାଇଟି ଟିକେଟକୁ ନେଇ ଚିନ୍ତାର ଅଛନ୍ତି ତେବେ ଆମର ଏହି ଆର୍ଟିକିଲ ଆପଣଙ୍କ ପାଇଁ । କାରଣ କମ ଟଙ୍କାରେ ବିମାନରେ ଯାତ୍ରା କରିପାରିବେ ଯେଉଁଥି ପାଇଁ କେବଳ ଏକ କୋଡ୍ ବ୍ୟବହାର କରିବା ପାଇଁ ପଡିବ ପଡିବ ।
ଏୟାର ଇଣ୍ଡିଆ ନିଜର ପ୍ରିମିୟମ୍ ଇକୋନୋମି କ୍ଲାସକୁ ଆହୁରି ବିସ୍ତାର କରି ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ଘରୋଇ ଯାତ୍ରୀମାନେ ମାତ୍ର 599 ଟଙ୍କା ଅତିରିକ୍ତ ଖର୍ଚ୍ଚ କରି ଷ୍ଟାଣ୍ଡାର୍ଡ ଇକୋନୋମିରୁ ପ୍ରିମିୟମ୍ ଇକୋନୋମି କ୍ଲାସକୁ ଅପଗ୍ରେଡ୍ କରିପାରିବେ। ଏହି ଅଫର କିଛି ନିର୍ଦ୍ଦିଷ୍ଟ ଘରୋଇ ରୁଟରେ ଉପଲବ୍ଧ ଏବଂ ଏହା ସେହି ଯାତ୍ରୀମାନଙ୍କ ପାଇଁ ଯେଉଁମାନେ ଆରାମ ସହ ବଜେଟ୍ ଭିତରେ ଯାତ୍ରା କରିବା ପାଇଁ ଚାହାଁନ୍ତି ।

ଏୟାର ଇଣ୍ଡିଆ ବର୍ତ୍ତମାନ 39ଟି ଘରୋଇ ରୁଟରେ ପ୍ରତି ସପ୍ତାହରେ 50,000ରୁ ଅଧିକ ପ୍ରିମିୟମ୍ ଇକୋନୋମି ସିଟ୍ ପ୍ରଦାନ କରୁଛି। ଏଥିରେ ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ବାଙ୍ଗାଲୋର, ଦିଲ୍ଲୀ-ହାଇଦ୍ରାବାଦ, ମୁମ୍ବାଇ-ବାଙ୍ଗାଲୋର ଏବଂ ମୁମ୍ବାଇ-ହାଇଦ୍ରାବାଦ ଭଳି ବ୍ୟସ୍ତବହୁଳ ରୁଟ୍ ସାମିଲ ଅଛି । ପ୍ରତି ସପ୍ତାହରେ ଏହି ରୁଟରେ ପ୍ରାୟ 34,000 ସିଟ୍ ଉପଲବ୍ଧ ରହିବ ।
ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି, ଏୟାର ଇଣ୍ଡିଆ ଏହାର ପ୍ରିମିୟମ୍ ଇକୋନୋମି ସିଟିଂ କ୍ଷମତା 30 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ, ପ୍ରତି ସପ୍ତାହରେ 65,000 ରୁ ଅଧିକ ସିଟ୍ ଉପଲବ୍ଧ ହେବ। ଏହି ପଦକ୍ଷେପ ପ୍ରତିଯୋଗିତାମୂଳକ ମୂଲ୍ୟରେ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ।
ହୋଲି ଅବସରରେ ଅନେକ ଏୟାରଲାଇନ୍ସ ଅଫର ରହିଛି । ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ କମ ମୂଲ୍ୟରେ ଯାତ୍ରା ପ୍ରଦାନ କରାଯାଉଛି। ଆକାସା ଏୟାର, ଘରୋଇ ରୁଟରେ ଏକପାଖିଆ ଭଡ଼ା 1,499 ଟଙ୍କାରୁ ଆରମ୍ଭ ହେଉଛି । HOLI15 ପ୍ରୋମୋ କୋଡ୍ ସହିତ ଆନ୍ତର୍ଜାତୀୟ ବୁକିଂ ଉପରେ 15% ରିହାତି ଅଫର ମିଳିବ 10 ରୁ 13 ମାର୍ଚ୍ଚ ପର୍ଯ୍ୟନ୍ତ ବୁକିଂ ପାଇଁ ବୈଧ ।












Click it and Unblock the Notifications