Get Updates
Get notified of breaking news, exclusive insights, and must-see stories!

Solar Mission: ଜାଣନ୍ତୁ ଗୋଟିଏ ଦିନରେ ଆଦିତ୍ୟ L-1 ଇସ୍ରୋକୁ ସୂର୍ଯ୍ୟଙ୍କର କେତୋଟି ଫଟୋ ପଠାଇବ

Solar Mission Aditya-L1 Launch: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ISRO) ଶନିବାର ଅର୍ଥାତ୍ 2 ସେପ୍ଟେମ୍ବର 2023ରେ PSLVରୁ ଏହାର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1 ଲଞ୍ଚ୍ କରିଛି । ସୂର୍ଯ୍ୟରୁ ତଥ୍ୟ ସଂଗ୍ରହ କରିବା ପାଇଁ ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ଥିବା 'ଲାଗ୍ରାଙ୍ଗିଆନ୍ -1' ପଏଣ୍ଟକୁ 'ଆଦିତ୍ୟ L1' ପଠାଯାଇଛି । ISRO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଦିତ୍ୟ 'ଲାଗ୍ରାଙ୍ଗିଆନ୍ -1ରୁ ଦିନକୁ ସୂର୍ଯ୍ୟଙ୍କର 1440 ଫଟୋଗ୍ରାଫ୍ ପଠାଇବେ, ଯାହା ସୂର୍ଯ୍ୟର ସ୍ଥିତି ଜାଣିବା ପାଇଁ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ ।

ଏହି ଫଟୋ ଭିଜିବଲ୍ ଏମିସନ୍ ଲାଇନ୍ କରୋନାଗ୍ରାଫ୍ ଅର୍ଥାତ୍ VELC ମାଧ୍ୟମରେ ଫଟୋ କ୍ଲିକ୍ କରାଯିବ ଏବଂ ପରେ ପେଲୋଡରେ ଲାଗିଥିବା କମ୍ୟୁନିକେସନ୍ ଡିଭାଇଜ୍ ଜରିଆରେ ପୃଥିବୀକୁ ପଠାଯିବ । VELC ହେଉଛି ଆଦିତ୍ୟ- L1 ଉପରେ ସ୍ଥାପିତ ସର୍ବ ବୃହତ ଏବଂ ସର୍ବାଧିକ ଯାନ୍ତ୍ରିକ ପେଲୋଡ୍ । ତେବେ ଏହା କହିବା ଭୁଲ୍ ହେବ ନାହିଁ ଯେ, ପେଲୋଡ୍ ଏହି ମିଶନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ପେଲୋଡକୁ ISRO ସହଯୋଗରେ IIA, CREST ଦ୍ୱାରା ବିକଶିତ କରାଯାଇଛି ।

 Aditya L1

ଲଞ୍ଚ୍ ହେବା ପେର ଆଦିତ୍ୟ-L1ର ପ୍ରଥମ ଲକ୍ଷ ହେଉଛି ପୃଥିବୀ କକ୍ଷରୁ ବାହାରକୁ ବାହାରିବା । ଏଥିପାଇଁ ଆଦିତ୍ୟ-L1କୁ ପୃଥିବୀ କକ୍ଷପଥରେ ତିନିରୁ ଚାରି ରାଉଣ୍ତ ମାରିବା ପାଇଁ ପଡିବ ଏହା ପରେ ଏଥିରେ ଲାଗିଥିବା ଇଞ୍ଜିନ୍ ଏହାକୁ ବୁଷ୍ଟ କରିବା ପରେ ଆଦିତ୍ୟ-L1 ସୂର୍ଯ୍ୟଙ୍କ ଆଡକୁ ଗତି କରିବା ଆରମ୍ଭ କରିବ । ପ୍ରାୟ 15 ଲକ୍ଷ କିଲୋମିଟର ଯାତ୍ରା ସମାପ୍ତ କରିବା ପରେ ଏହା ଏକ ସ୍ଥାନରେ ପହଞ୍ଚିବ ଯେଉଁଠାରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ସ୍ୱାଭାବିକ ଥିବ ।

ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଥିବା ଏହି ସ୍ଥାନକୁ ବୈଜ୍ଞାନିକମାନେ 'ଲାଗ୍ରାଙ୍ଗିଆନ୍ -1' ନାମରେ ନାମକରଣ କରିଛନ୍ତି । ଏହି ସ୍ଥାନରୁ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣ ସମୟରେ ମଧ୍ୟ ସୂର୍ଯ୍ୟ ଉପରେ ନଜର ରଖିପାରିବ ଆଦିତ୍ୟ-L1 । ଏଠି VELC ର କାର୍ଯ୍ୟ ଆରମ୍ଭ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+