ନୂଆ ରୂପରେ ଫେରିଲାଣି କରୋନା; ଜାଣନ୍ତୁ, କେତେ ବିପଦଜନକ କରୋନାର ଏହି ନୂଆ ଭାରିଆଣ୍ଟ ?

ଇସ୍ରାଏଲରୁ ବୁଧବାର କୋଭିଡ୍-୧୯ ନୂଆ ଭାରିଆଣ୍ଟରେ ସଂକ୍ରମିତ ଦୁଇ ଜଣ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଇସ୍ରାଏଲରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ଏବେ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

ନୂଆଦିଲ୍ଲୀ: ନୂଆ ରୂପରେ ଫେରିଲାଣି କରୋନା । କରୋନା ଭାଇରସ ପୁଣିଥରେ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ଗତ କିଛି ଦିନ ହେଲା ଚୀନରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ, ଏବେ ଇସ୍ରାଏଲରେ ଚିହ୍ନଟ ହୋଇଛି କରୋନାର ନୂଆ ଭାରିଆଣ୍ଟ । ଇସ୍ରାଏଲରୁ ବୁଧବାର କୋଭିଡ୍-୧୯ ନୂଆ ଭାରିଆଣ୍ଟରେ ସଂକ୍ରମିତ ଦୁଇ ଜଣ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଇସ୍ରାଏଲରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ଏବେ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

coronavirus

ତେବେ କୋଭିଡ୍‌ର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନ୍‌ର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କୋଭିଡ୍‌ର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର ଭ୍ୟାରିଆଣ୍ଟକୁ ଏକାଠି କରେ ତାହା ପୂର୍ବରୁ ଡେଲ୍ଟାକ୍ରନ୍‌ରେ ଦେଖିବାକୁ ମିଳିଥିଲା । ଡେଲ୍ଟାକ୍ରନ୍‌ରେ କୋଭିଡ୍‌ର ଡେଲ୍ଟା ଭ୍ୟାରିଆଣ୍ଟ ଏବଂ ଓମିକ୍ରନ୍ ମିଶି ରହିଥିଲା । ତେବେ ଇସ୍ରାଏଲ୍‌ରେ ଠାବ ନୂଆ ଭ୍ୟାରିଆଣ୍ଟରେ କେବଳ ଓମିକ୍ରନ୍ ଭ୍ୟାରିଆଣ୍ଟର ୨ଟି ସବ୍‌ଭ୍ୟାରିଆଣ୍ଟ ରହିଥିବା କୁହାଯାଉଛି । ତେବେ ଏହି ଆକ୍ରାନ୍ତଙ୍କୁ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକ ପଡ଼ିନଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନାର ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ଲୋକଙ୍କର ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଦରଜ ଅନୁଭବ ହେଉଛି । ତେବେ ଏହି ଭାରିଆଣ୍ଟ କେତେ ବିପଦଜନକ ଜଣା ପଡିନାହିଁ ।

ଅନ୍ୟପଟେ ବିଭିନ୍ନ ଦେଶରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ଆରମ୍ଭ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ଦେଶ କରୋନା ପାଇଁ ଲାଗିଥିବା କଟକଣା ହଟାଇବାରେ ଲାଗିଛନ୍ତି । ସେହିପରି ଟେଷ୍ଟ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ହ୍ରାସ କରି ଦେଇଛନ୍ତି । ଏପରି ସ୍ଥିତି ଲାଗି ରହିଲେ, ଆଗକୁ ସ୍ଥିତି ଅତ୍ୟନ୍ତ ବିପଦଜନକ ହୋଇପାରେ। ତେଣୁ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ ପ୍ରତି ସତର୍କ ରହିବା ଦରକାର ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ' ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+