H3N2 ଇନଫ୍ଲୁଏଞ୍ଜା କେତେ ବିପଜ୍ୱନକ, ଏକ୍ସପର୍ଟ ଦେଲେ ସୂଚନା
ଦେଶରେ H3N2 ଇନଫ୍ଲୁଏଞ୍ଜା ମାମଲା ଦୃତ ଗତିରେ ବୃଦ୍ଧି ପାଇଛି । ଏହି ଭାଇରାସ ଯୋଗୁଁ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାହା ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବର୍ତ୍ତମାନ ଏହି ଭାଇରାସ କ୍ଷତିକାରକ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

H3N2: ଦେଶରେ H3N2 ଇନଫ୍ଲୁଏଞ୍ଜା ମାମଲା ଦୃତ ଗତିରେ ବୃଦ୍ଧି ପାଇଛି । ଏହି ଭାଇରାସ ଯୋଗୁଁ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାହା ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବର୍ତ୍ତମାନ ଏହି ଭାଇରାସ କ୍ଷତିକାରକ କି ନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ଏହା ସହିତ, ଲୋକଙ୍କ ମନରେ ମଧ୍ୟ ଏକ ଭୟ ରହିଛି ଯେ ଏହା କରୋନା ମହାମାରୀ ଭଳି ବିପଜ୍ଜନକ ହେବ କି ନାହିଁ ?
ବିଶେଷଜ୍ଞଙ୍କ ଅନୁଯାୟୀ H3N2 ଇନଫ୍ଲୁଏଞ୍ଜା ରୋଗର ବୃଦ୍ଧିପାଇବା ସ୍ୱାଭାବିକ । ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଧୀରେନ ଗୁପ୍ତା ANI ସହ ଆଲୋଚନା କରି କହିଛନ୍ତି ଯେ, ଗତ ଦୁଇବର୍ଷ ହେବ କରୋନା ପାଇଁ ଲଗଡାଉନ୍ ଥିବା ଯୋଗୁ ଇନଫ୍ଲୁଏଞ୍ଜାର କେଶେସ୍ ବୃଦ୍ଧି ପାଇ ନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଭୂତାଣୁ ସାଧାରଣ ପରିସ୍ଥିତିରେ ସାଂଘାତିକ ନୁହେଁ। ଇନଫ୍ଲୁଏଞ୍ଜା ସାଧାରଣତଃ ପିଲାମାନଙ୍କଠାରେ ଅଧିକ ଦେଖାଯାଉଛି । କିନ୍ତୁ ଏହା ସାଂଘାତିକ ନୁହେଁ । ଯଦି ଏହା ସହିତ ଅନ୍ୟ କିଛି ରୋଗ ଥାଏ, ତେବେ ମୃତ୍ୟୁ ହେବାର ସମ୍ଭାବନା ବଢିଯାଇଥାଏ । H3N2 ପାଇଁ ଟୀକାକରଣର ପ୍ରଭାବ କମ୍ ଏବଂ ଏହି ବର୍ଷ ଟୀକାକରଣ ମଧ୍ୟ କମ୍ ସଂଖ୍ୟା ହୋଇଛି ।
ଆପୋଲୋ ହସ୍ପିଟାଲର ଆଭ୍ୟନ୍ତରୀଣ ଚିକିତ୍ସା ବିଭାଗର ବରିଷ୍ଠ ପରାମର୍ଶଦାତା ତରୁଣ ସାହନି କହିଛନ୍ତି, ଭୟ ନକରି ସତର୍କ ରୁହନ୍ତୁ । କରୋନା ସମୟରେ ଯେପରି ନିୟମ ମାନି ପ୍ରତିଷେଧକ ନେଉଥିଲେ ସେହିପରି କରିବା ଉଚିତ୍ ।












Click it and Unblock the Notifications