Solar Mission: ସୂର୍ଯ୍ୟଙ୍କ ପାଖକୁ ଗଲେ ଜଳିଯିବ କି ଆଦିତ୍ୟ ଏଲ୍-1
Solar Mission Aditya-L1: ଭାରତର ସୂର୍ଯ୍ୟ ଅଭିଯାନକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଅନେକ ମନରେ ଏକ ପ୍ରଶ୍ନ ଉଙ୍କି ପାରୁଛି ଯେ, ଆଦିତ୍ୟ-L1 ସୂର୍ଯ୍ୟଙ୍କ ପାଖକୁ ଗଲେ ଜଳିଯିବ କି । ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ନାଁ...। କାରଣ ଆଦିତ୍ୟ-L1 ସୂର୍ଯ୍ୟଙ୍କ ପାଖକୁ ଯିବ ନାହିଁ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିମି ଦୂରରେ ରହି ଫେସ୍ ରିଡିଙ୍ଗ୍ କରିବ ।
ସୂଚନ ଅନୁସାରେ, ଆଜି ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ଲଞ୍ଜିପ୍ୟାଡରୁ PSLV-XL ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଛି । ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର । ଆଦିତ୍ୟ-L1 ଏହାଠାରୁ ଅନେକ ଦୂରେର ରହି ସୂର୍ଯ୍ୟଙ୍କ ଉପରେ ନଜର ରଖିବ । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୂର୍ଯ୍ୟଯାନ ୧୪.୮୫ କିଲୋମିଟର ଅର୍ଥାତ୍ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିବ ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଜି ଅର୍ଥାତ୍ ସେପ୍ଟେମ୍ବର 2 ରେ ଆଦିତ୍ୟ L1 ଲଞ୍ଚ କରିଛି ISRO । ଯେପରି ଚନ୍ଦ୍ରଯାନ -3 ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାକୁ 40 ଦିନ ସମୟ ଲାଗିଥିଲା, ଆଦିତ୍ୟ L1 ଲଞ୍ଚ କରିବା ପରେ ସୂର୍ଯ୍ୟକ କକ୍ଷପଥ L-1 ରେ ପହଞ୍ଚିବାକୁ ୧୨୫ ଦିନ ଲାଗିବ । ତେଣୁ, ଏହା ଅଧିକ ସମୟ ନେବ କାରଣ ପୃଥିବୀରୁ ଏହି କକ୍ଷପଥ L1 ର ଦୂରତା ପ୍ରାୟ 15 ଲକ୍ଷ କିଲୋମିଟର ।
ଚନ୍ଦ୍ରଯାନ -3 ର ପ୍ରଜ୍ଞାନ ରୋଭର ଏବଂ ବିକ୍ରମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ମାତ୍ର 14 ଦିନ କାର୍ଯ୍ୟ କରିବେ । ସେହିପରି ISRO ର ସୂର୍ଯ୍ୟ ମିଶନର ଆଦିତ୍ୟ L1 ମିଶନ୍ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା କିରଣ ଉପରେ ଅଧ୍ୟୟନ କରିବା ନେଇ ସୂଚନା ରହିଛି । ଚନ୍ଦ୍ରଯାନ-3 ମିଶନ ପାଇଁ ପ୍ରାୟ 600 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ ସୂର୍ଯ୍ୟଙ୍କ କକ୍ଷପଥକୁ ପଠାଯାଉଥିବା ଆଦିତ୍ୟ L1 ମିଶନ ପ୍ରସ୍ତୁତିର ମୋଟ ମୂଲ୍ୟ 378 କୋଟି ଟଙ୍କା ରହିଛି ।












Click it and Unblock the Notifications