ବଜେଟ 2024: ଜାଣନ୍ତୁ କେବେଠୁ ଆରମ୍ଭ ହେଲା ବ୍ରିଫକେଶ୍ର ପରମ୍ପରା
Budget 2024: ଆଜି ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ଅନ୍ୟପଟେ ବଜେଟ୍ ପ୍ରସ୍ତାବକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଆଜି ସାରା ବିଶ୍ୱର ନଜର ରହିଛି ଏହି ବଜେଟ ଉପରେ । ବଜେଟ ବ୍ରିଫକେଶକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ତେବେ ଆପଣ ଜାଣିଛନ୍ତି କି ବଜେଟ ବ୍ରିଫକେଶ ପରମ୍ପରା କେବେଠୁ ଆରମ୍ଭ ହୋଇଛି ।
ସୂତନା ଅନୁସାରେ, ସ୍ୱାଧୀନତା ପୂର୍ବରୁ ବଜେଟ ଆଗତ କରିବା ପରମ୍ପରା ରହିଛି ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ସରକାର ବଦଳିବା ସହ ବ୍ରିଫକେଶର ରଙ୍ଗରୂପ ମଧ୍ୟ ବଦଳୁଥିବାର ଦେଖିବା ପାଇଁ ମିଳିଥାଏ । ସେହିପରି ଭିନ୍ନ ଭିନ୍ନ ଅର୍ଥମନ୍ତ୍ରୀଙ୍କ ହାତରେ ଅଲଗା ଅଲଗା ବ୍ରିଫକେଶ୍ ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ପେପରଲେସ୍ ହୋଇ ହଜେଟ୍ ଆସୁଛି ହେଲେ ପୂର୍ବରୁ ଏହା ବସ୍ତାବିଜ ହୋଇଆସିଥାଏ । ହେଲେ ଗୋଟିଏ ଜୀନିଷ ସମାନ ରହିଛି ଏବଂ ତାହା ହେଲା ବ୍ରିଫକେଶ୍ ଧରିବା ପରମ୍ପରା ।

ପ୍ରଥମେ ୧୯୪୭ ମସିହା ନଭେମ୍ବର ୨୬ ତାରିରେ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଥିଲା । ଉକ୍ତ ସମୟରେ ଲାଲା ରଙ୍ଗର ବ୍ରିଫକେଶରେ ବଜେଟ୍ ଆଣିଥିଲେ ଭାରତର ପ୍ରଥମ ଅର୍ଥ ମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟି । ହେଲେ ଏହା ପରେ ୧୯୫୮ରେ ଦେଶର ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କଳା ରଙ୍ଗର ବଜେଟ୍ ବ୍ରିଫକେଶ ହାତରେ ଧରିଥିବାର ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications