ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୫୦ ଟପିଲା
ଜମ୍ମୁକାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ଗତକାଲି ବାଦଲଫଟା ବର୍ଷା ଫଳରେ ଅଚାନକ ବନ୍ୟା ଆସି ବ୍ୟାପକ ଧନଜୀବନ ହାନି । ମୃତ୍ୟୁ ସଂଧ୍ୟା ଏବେ ସୁଦ୍ଧା ୫୦ ଟପିଲାଣି। ସଂପୃକ୍ତ ଅଞ୍ଚଳରେ ଉଦ୍ଧାରୀ କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।

୧୬୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଏବେ ବି ୨୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି ବିପର୍ୟ୍ୟୟରେ ଦୁଇ ଜଣ ସିଆଇଏସଏଫ ଯବାନଙ୍କ ପ୍ରାଣହାନି ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ଜଣାଇଛନ୍ତି । ଜାମ୍ମୁ-କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ଆସିଥିବା ବିପର୍ୟ୍ୟୟ ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ମଚେଲ ମାତା ଯାତ୍ରା ପାଇଁ ଶ୍ରଦ୍ଧାଳୁ ମାନେ କିସ୍ତୱାଡ଼ ଜିଲ୍ଲାର ଚସୋତି ଗାଁରେ ଏକଜୁଟ୍ ହୋଇଥିଲେ। ହେଲେ ଅଚାନକ ବାଦଲଫଟା ବର୍ଷା ପ୍ରଳୟ ରଚିଥିଲା ।
କିସ୍ତୱାଡ଼ର ଚସୋତି ଗ୍ରାମରେ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ୯୫୦୦ ଫୁଟ ଉଚ୍ଚତାରେ ଥିବା ମଚେଲ ମାତା ମନ୍ଦିରକୁ ଯାଇଥିବା ରାସ୍ତାର ଶେଷ 'ମୋଟରେବଲ୍ ପଏଣ୍ଟ୍' ତଥା ଯାନବାହନ ଯାଇପାରୁଥିବା ଶେଷ ସଡ଼କ ପଥରେ ଆଜି ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ଆସିଥିବା ଏହି ବିପର୍ଯ୍ୟୟ ଆତଙ୍କ ଖେଳାଇ ଦେଇଛି।












Click it and Unblock the Notifications