ଜୁଲାଇ ୨୩ରେ କେନ୍ଦ୍ର ବଜେଟ୍, କିରଣ ରିଜିଜୁ ଦେଲେ ସୂଚନା
Budget 2024: ଏଥର ବଜେଟ୍ ଅଧିବେଶନ ୨୨ ଜୁଲାଇ ୨୦୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଜାରି ରହିବ । ଏଥି ସହ ଜୁଲାଇ ୨୩ ତାରିଖରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରାଯିବ । ଏନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟରରେ ଏକ ପୋଷ୍ଟରେ ସେୟାର କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ସରକାରଙ୍କ ସୁପାରିଶ କ୍ରମେ ୨୨ ଜୁଲାଇରେ ସଂସଦରେ ବଜେଟ୍ ଅଧିବେଶନ ଡାକିବାକୁ ମାନ୍ୟବର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି।

ସୂଚନାଥାଉ ଯେ, ସାଧାରଣ ନିର୍ବାଚନକୁ ନଜରରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ। ସେ କ୍ରମାଗତ ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି ।
Hon’ble President of India, on the recommendation of Government of India, has approved the proposal for summoning of both the Houses of Parliament for the Budget Session, 2024 from 22nd July, 2024 to 12 August, 2024 (Subject to exigencies of Parliamentary Business). Union Budget,…
— Kiren Rijiju (@KirenRijiju) July 6, 2024
ସେ ଇତିହାସରେ ପ୍ରଥମ ଅର୍ଥମନ୍ତ୍ରୀ ଯିଏ ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି । ଆଶା କରାଯାଉଛି ଯେ ମୋଦି 3.0 ସରକାରଙ୍କ ବିକଶିତ ଭାରତ ଉପରେ ଧ୍ୟାନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ FY 25 ପାଇଁ ବଜେଟ୍ ଉପସ୍ଥାପନ କରିବେ।
2024 ଲୋକସଭା ନିର୍ବାଚନ ପରେ, ଜୁନ୍ 24 ରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଠାରେ ନୂତନ ସଂସଦର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ ଏବଂ ଜୁନ୍ 27 ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।












Click it and Unblock the Notifications