ମହାତ୍ମା ଗାନ୍ଧିଙ୍କ ଉପରେ ପିଏମ ମୋଦିଙ୍କ ବୟାନ, ଖଡ଼ଗେ କହିଲେ .....
ନୂଆଦିଲ୍ଲୀ: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ, ଆଉ ଆଜି ସଂନ୍ଧ୍ୟାରେ ସରିଛି ଶେଷ ପର୍ଯ୍ୟାୟ ଲାଗି ପ୍ରଚାର । ଏପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତିକୁ ନେଇ ଦେଇଛନ୍ତି ବୟାନ । ଖଡ଼ଗେ କହିଛନ୍ତି, 'ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଗାନ୍ଧୀ ଫିଲ୍ମ ଦେଖି ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିଛନ୍ତି । ମୋତେ ଏହା ଶୁଣି ହସ ଲାଗୁଛି ବୋଲି କହିଛନ୍ତ ଖଡଗେ , ସେ ଆହୁରି କହିଛନ୍ତି
ବୋଧହୁଏ ନରେନ୍ଦ୍ର ମୋଦୀ ଗାନ୍ଧିଜୀଙ୍କ ବିଷୟରେ କେବେ ପଢିନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାତ୍ମା ଗାନ୍ଧୀଜୀଙ୍କୁ ସମଗ୍ର ବିଶ୍ୱ ଜାଣନ୍ତି, ଦୁନିଆର ବିଭିନ୍ନ ସ୍ଥାନରେ ତାଙ୍କର ପ୍ରତିମୂର୍ତ୍ତି ଅଛି । ଯଦି ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣି ନାହାଁନ୍ତି, ତେବେ ସେ ସମ୍ବିଧାନ ବିଷୟରେ ମଧ୍ୟ ଜାଣିନଥିବେ । ବାସ୍ତବରେ ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିଜୀଙ୍କ ବିଷୟରେ କହିଥିଲେ ।

ସେ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀ ଗରିବଙ୍କ ବିଷୟରେ କଥାବାର୍ତ୍ତା କରୁଥିଲେ । ସେ ସ୍ୱାଧୀନତା ଏବଂ ବିକାଶ ବିଷୟରେ କଥାବାର୍ତ୍ତା କରୁଥିଲେ । ସେ ଆହୁରି କହିଛନ୍ତି, ଯେତବେଳେ ଆପଣଙ୍କୁ ସମୟ ମିଳିବ ଗାନ୍ଧୀଜିଙ୍କର "ମାଇଁ ଏକ୍ସପେରିମେଣ୍ଟ ଓ୍ବିଥ୍ ଟ୍ରୁଥ୍" ବହି କୁ ପଢିବେ । ଗାନ୍ଧୀଜୀ କେବେ ଘୃଣା ରାଜନୀତି କରିନାହାଁନ୍ତି । ମୋଦି ଜୀଙ୍କ ରାଜନୀତି ଘୃଣାରେ ପରିପୂର୍ଣ୍ଣ । ଏହି ନିର୍ବାଚନ ଦୀର୍ଘ ସମୟ ଧରି ସ୍ମରଣୀୟ ହୋଇ ରହିବ ।
ମୋଦୀଙ୍କ ମନ୍ତବ୍ୟ ପରେ ବିରୋଧୀ ଦଳର ନେତାମାନେ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ଖଡ଼ଗେ ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ ସର୍ବଦା କାର୍ଯ୍ୟ କରିଥାଏ ।












Click it and Unblock the Notifications