କୁସ୍ତିଯୋଦ୍ଧାଙ୍କ ସମର୍ଥନ ପାଇଁ ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ, ଆନ୍ଦୋଳନ ହେବ ତୀବ୍ର
ନୂଆଦିଲ୍ଲୀ:ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଇସ୍ତାଫା ଏବଂ ଗିରଫ କରିବା ପାଇଁ ସେମାନେ ନିରନ୍ତର ଦାବି କରିଆସୁଛନ୍ତି । ତେବେ ରେସଲରଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ । ଆସନ୍ତା କାଲି ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀ ଆସି ଜନ୍ତର ମନ୍ତରରେ ପହଁଞ୍ଚିବେ ।
ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ଖାପ ପଞ୍ଚାୟତ ନେତାମାନେ ରବିବାର ଦିନ ଜନ୍ତର ମନ୍ତର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଘଟଣାକୁ ଏଡାଇବା ପାଇଁ ଦିଲ୍ଲୀ ପୋଲିସ ବିରୋଧ ପ୍ରଦର୍ଶନ ତଥା ସୀମାରେ ସୁରକ୍ଷା ବୃଦ୍ଧି କରିଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେସଲରଙ୍କୁ ସମର୍ଥନ ଘୋଷଣା କରାଯାଇଛି । ସାରା ଦେଶରେ ବର୍ତ୍ତମାନ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବା ନେଇ ରହିଛି ସୂଚନା ।

ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗାଟଙ୍କ ସମେତ ଭାରତର ଶୀର୍ଷ ରେସଲରମାନେ ଗତ ଦୁଇ ସପ୍ତାହ ଧରି ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ବରଖାସ୍ତ କରିବା ସହ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ କରିବାକୁ ଦାବି କରିଆସୁଛନ୍ତି ।
ମେ ୭ ତାରିଖରେ କିଷାନ ମୋର୍ଚ୍ଚାର ବରିଷ୍ଠ ନେତାମାନେ ହଜାର ହଜାର ଚାଷୀଙ୍କ ସହ ଦିଲ୍ଲୀ ଜନ୍ତରମନ୍ତରରେ ଆସି ରେଲରଙ୍କ ଆନ୍ଦୋନରେ ଯୋଗ ଦେବେ । ରିପୋର୍ଟ ଏହା ମଧ୍ୟ ରହିଛି ଯେ, ବ୍ରିଜ ଭୂଷଣଙ୍କ ଗିରଫ ଦାବି କରି ମୋର୍ଚ୍ଚାର ଗୋଟିଏ ପ୍ରତିନିଧି ଦଳ ଦିଲ୍ଲୀ ପୋଲିସ କମିଶନର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓ ସ୍ୱାରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ । ମେ' ୧୧ ରୁ ୧୮ ତାରିଖ ଯାଏ ଚାଷୀ ସଂଗଠନ ଗୁଡିକ ସମସ୍ତ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ।












Click it and Unblock the Notifications