ଦେଶର ନୂଆ ଲୋକପାଳ ହେବେ ଜଷ୍ଟିସ୍ ଏଏମ ଖାନୱିଲକର
ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ଜଷ୍ଟିସ୍ ଏଏମ ଖାନୱିଲକର । ଜଷ୍ଟିସ୍ ଏଏମ ଖାନୱିଲକର ନିଯୁକ୍ତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି ସାରିଥିବା ନେଇ ସୂଚନା ରହିଛି । ଗତକାଲି ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି । ଗତ ମେ ମାସରୁ ଉକ୍ତ ପଦ ଖାଲି ପଡିଥିଲା ଯାହାର ଦାୟିତ୍ୱ ବର୍ତ୍ତମାନ ଜଷ୍ଟିସ୍ ଏଏମ ଖାନୱିଲକର ନେବେ ।

Ajay Manikrao Khanwilkar ୨୦୨୨ ମସିହା ଜୁଲାଇ ୨୯ରେ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ The Prevention of Money Laundering Act( PMLA) ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍, ରେଡ୍କୁ ଏହି ପୀଠ ଠିକ୍ ବୋଲି ଦର୍ଶାଇଥିଲେ। ସେହିପରି ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍ ଚିଟ୍ ମଧ୍ୟ Ajay Manikrao Khanwilkarଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଦେଇଥିଲା ।












Click it and Unblock the Notifications